ନୂଆଦିଲ୍ଲୀ: ଦେଶରେ ପୁଣି ୨୦,୦୩୬ କରୋନା ଭାଇରସ୍‌ ସଂକ୍ରମଣ ଚିହ୍ନଟ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୮୬ ହଜାର ୭୧୦ରେ ପହଞ୍ଚିଛି। ଏ‌ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ପୁଣି ଦେଶରେ ୨୫୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୯୪ରେ ପହଞ୍ଚିଛି। ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୨ ଲକ୍ଷ ୫୪ ହଜାର ୨୫୪ ଜଣ।

Republic World

ଏପଟେ ଡିସେମ୍ବର ୩୧ ତାରିଖରେ ନୂଆ ୧୦ ଲକ୍ଷ ୬୨ ହଜାର ୪୨୦  କରୋନା ପରୀକ୍ଷଣ ହୋଇଛି। ଏବେ ସୁଦ୍ଧା ସମୁଦାୟ ୧୭,୩୧,୧୧,୬୯୪ ପରୀକ୍ଷଣ ହୋଇ ସାରିଲାଣି। ଇଣ୍ଡିଆନ୍‌ କାଉନ୍‌ସିଲ୍‌‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆସିଏମ୍‌ଆର୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି।

The post ଦେଶରେ ୨୪ ଘଣ୍ଟା ମଧ୍ୟରେ ପୁଣି ୨୦,୦୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨୫୬ ମୃତ first appeared on Sambad.



from କରୋନା – Sambad https://ift.tt/352tFRt