
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୦, ୦୨୧ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୨ ନିୟୁତରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦, ୦୨୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୭୯ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ମୃତ୍ୟୁସଂଖ୍ୟା ଏତିକି ଥିଲା। କିନ୍ତୁ, ଗତକାଲି ଠାରୁ ସଂକ୍ରମଣ ହାର ପ୍ରାୟ ୭% ବୃଦ୍ଧି ପାଇଛି।
ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୪୭,୯୦୧ରେ ପହଞ୍ଚିଛି।
ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୦୭,୮୭୧ରେ ପହଞ୍ଚିଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୬.୮୮%କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ଛଅ ମାସ ମଧ୍ୟରେ ଗତକାଲି ହିଁ ସବୁଠୁ କମ୍ ସଂଖ୍ୟକ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିଲା। ରବିବାର ଦିନ ନୂତନ ସଂକ୍ରମଣ ସଂଖ୍ୟା ଥିଲା ୧୮, ୭୩୨।
ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୧, ୧୩୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୭, ୮୨, ୬୬୯। ପ୍ରାୟ ଏକ ମାସ ହେବ ଦୈନିକ ନୂତନ ସଂକ୍ରମଣ ଠାରୁ ସୁସ୍ଥତାସଂଖ୍ୟା ଅଧିକ ରହୁଛି।
ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୭୭,୩୦୧। ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସକ୍ରିୟ ଆକ୍ରାନ୍ତଙ୍କ ହାର ହେଉଛି ୨.୭୨%। କ୍ରମାଗତ ସପ୍ତମ ଦିନ ଧରି କୋଭିଡ୍-୧୯ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ତଳକୁ ରହିଛି।
The post ୨୦, ୦୨୧ ନୂଆ ସଂକ୍ରମଣ ସହ ୧୦.୨ ନିୟୁତରେ ପହଞ୍ଚିଲା ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.
from କରୋନା – Sambad https://ift.tt/34NXBRi
0 Comments