୨୩,୯୫୦ ନୂଆ ମାମଲା ସହ ୧,୦୦,୯୯,୦୬୬ରେ ପହଞ୍ଚିଲା ଦେଶରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୩,୯୫୦ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୯,୦୬୬ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୩,୯୫୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୩୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୨% ଅଧିକ।

Image Courtesy of India TV

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୬, ୪୪୪ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୯,୦୬୬ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୬, ୮୯୫ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୬, ୬୩, ୩୮୨। ସମ୍ପ୍ରତି ଜାତୀୟସ୍ତରରେ ସୁସ୍ଥତାହାର ୨.୮୬%କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୧.୪୫%ରେ ରହିଛି।

Image Courtesy of Hindustan Times

ଏହାଛଡ଼ା, ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୮୯,୨୪୦ । ଏହା ହେଉଛି ସମୁଦାୟ ଆକ୍ରାନ୍ତସଂଖ୍ୟାର ୨.୮୬%।

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, ଗତକାଲି ସୁଦ୍ଧା ସମୁଦାୟ ୧୬,୪୨,୬୮,୭୨୧ ନମୁନା ପରୀକ୍ଷା କରାଯାଇ ସାରିଲାଣି। ଗତକାଲି ୧୦, ୯୮,୧୬୪ ନମୁନା ପରୀକ୍ଷା କରାଯାଇଥିଲା।

ଏବେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଥିବା ରିପୋର୍ଟ କରାଯାଇଛି।

The post ୨୩,୯୫୦ ନୂଆ ମାମଲା ସହ ୧,୦୦,୯୯,୦୬୬ରେ ପହଞ୍ଚିଲା ଦେଶରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3mGcU4x

Post a Comment

0 Comments