ଜାନୁଆରିରୁ ଟିକାକରଣ ଆରମ୍ଭ ପାଇଁ ଯୋଜନା, ସୁରକ୍ଷା ଓ ଗୁଣବତ୍ତା ନେଇ କୌଣସି ସାଲିସ୍‌ ହେବନାହିଁ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବବ୍ୟାପୀ ୧୮୦ରୁ ଅଧିକ ରାଷ୍ଟ୍ରରେ କରୋନାଭାଇରସ୍‌ର ପ୍ରକୋପ ଜାରି ରହିଛି। ଏ ପର୍ଯ୍ୟନ୍ତ ୭.୬୨ କୋଟିରୁ ଅଧିକ ଲୋକ ଭାରରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି ଏବଂ ଏଥିରେ ୧୬.୮୫ ଲକ୍ଷଙ୍କ ଜୀବନ ଯାଇଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଜାନୁଆରି ମାସରେ ଯେ କୌଣସି ଦିନ ଦେଶରେ ପ୍ରଥମ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ମିଳିପାରେ। ଟିକାର ସୁରକ୍ଷା, ଗୁଣବତ୍ତା ନେଇ କୌଣସି ସାଲିସ୍‌ ହେବନାହିଁ ଏବଂ ସରକାର ଏ ଦିଗରେ ସର୍ବୋଚ୍ଚ ପ୍ରାଥମିକତାରେ କାମ କରୁଛନ୍ତି। ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲାରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଥିଲେ ମଧ୍ୟ ବିଭିନ୍ନ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟ ରହିଛି। ପଡ଼ୋଶୀ ପାକିସ୍ତାନରେ ଏବେ କରୋନାର ଦ୍ବିତୀୟ ଲହର ଚାଲିଛି ଏବଂ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ହସ୍ପିଟାଲଗୁଡ଼ିରେ ଜଟିଳ ସ୍ଥିତି ଦେଖିବାକୁ ମିଳିଛି। ପାକିସ୍ତାନ ସରକାର ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିଥିବା ବେଳେ ପୁଣି ଥରେ ଲକ୍‌ଡାଉନ୍‌ ହେବନାହିଁ ବୋଲି ଘୋଷଣା କରିଛନ୍ତି।

The post ଜାନୁଆରିରୁ ଟିକାକରଣ ଆରମ୍ଭ ପାଇଁ ଯୋଜନା, ସୁରକ୍ଷା ଓ ଗୁଣବତ୍ତା ନେଇ କୌଣସି ସାଲିସ୍‌ ହେବନାହିଁ first appeared on Sambad.



from କରୋନା – Sambad https://ift.tt/2LW8sSH

Post a Comment

0 Comments