ନୂଆଦିଲ୍ଲୀ: କରୋନା ଦ୍ବାରା ପ୍ରଭାବିତ ବିଶ୍ବର ସବୁ ବଡ଼ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତର ସ୍ଥିତି ଭଲ ରହିଛି। ବଡ଼ ରାଷ୍ଟ୍ରଙ୍କ ମଧ୍ୟରେ ଭାରତରେ ପ୍ରତି ୧୦ ଲକ୍ଷରେ ସଂକ୍ରମଣ ମାମଲା ସବୁଠୁ କମ୍‌ ରହିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ଗତ ସପ୍ତାହରେ ହାରାହାରି ୩.୭୨ ପ୍ରତିଶତ ଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ କହିଛନ୍ତି, ଗତ ୭ ଦିନର ସଂକ୍ରମଣକୁ ଦେଖିଲେ ଜଣାପଡ଼ୁଛି ୟୁରୋପୀୟ ରାଷ୍ଟ୍ର ଗୁଡ଼ିକରେ ସଂକ୍ରମଣ ବଢ଼ୁଛି ଏବଂ ଭାରତରେ ସଂକ୍ରମଣ କମୁଛି। ଦେଶରେ ପଜିଟିଭ୍‌ ହାର ନଭେମ୍ବର ୧୧ରୁ ଡିସେମ୍ବର ୧ ମଧ୍ୟରେ ୭.୧୫ରୁ ୬.୬୯ ପ୍ରତିଶତକୁ ଖସିଆସିଛି । ନଭେମ୍ବରରେ ମୋଟ୍‌ ୧୨ ଲକ୍ଷ ୭୮ହଜାର ୭୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଏହା ଅକ୍ଟୋବର ସଂକ୍ରମଣ ମାମଲା ୧୮ ଲକ୍ଷ ୭୧ ହଜାର ୪୯୮ରୁ କମ୍‌। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୧୧୮ ନୂଆ ମାମଲା ଚିହ୍ନଟ ‌ହୋଇଛି ଏବଂ ୪୮୨ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୯୪ ଲକ୍ଷ ୬୨ ହଜାର ୮୦୯ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୭ ହଜାର ୬୨୧କୁ ବୃଦ୍ଧି ପାଇଛି। ଦେଶରେ ଟେଷ୍ଟିଂ ୧୪ କୋଟି ଟପିଯାଇଛି।

The post ପ୍ରତି ୧୦ ଲକ୍ଷରେ ଭାରତର ସଂକ୍ରମଣ ସବୁଠୁ କମ୍‌, ନୂଆ ସଂକ୍ରମଣ ୩୧ ହଜାର first appeared on Sambad.



from କରୋନା – Sambad https://ift.tt/3of0WzY