
ମାଲକାନଗିରି: ସୋମବାର ମାଲକାନଗିରି ଜିଲ୍ଲାପାଳ ଓ୍ବାଇ.ବିଜୟ କୁମାର ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଂକାର ଚେକ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଗତ ଅଗଷ୍ଟ ୨୯ ତାରିଖ ଦିନ ମାଥିଲି ମେଡିକାଲର ଫାର୍ମାସିଷ୍ଟ ଓ୍ବାଇ.ରାଜକୁମାର କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ ପରେ ତାଂକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ସେ ମାଥିଲି ବ୍ଲକର ବିଜାପଦର ଠାରେ କୋଭିଡ ଯୋଦ୍ଧା ଭାବେ କାମ କରୁଥିଲେ।ତାଂକ ପତ୍ନୀ ଓ୍ବାଇ.ପ୍ରେମଲତା ଜିଲ୍ଲାପାଳଙ୍କ ଠାରୁ ଏହି ଚେକ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ଵାଇ.ରାଜକୁମାରଙ୍କର ଦୁଇଟି ଝିଅ ରହିଛନ୍ତି । ଜିଲ୍ଲାରେ ତିନି ଜଣ କୋଭିଡ ଯୋଦ୍ଧାଙ୍କର ମୃତ୍ୟୁ ଘଟିଛି।ସେହିପରି ମୃତ ହୋମଗାର୍ଡ ରଂଜନ ହନ୍ତାଳଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଂକା ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ସ୍ବାସ୍ଥ୍ୟକର୍ମୀ ମନୋଜ ପାଣ୍ଡେ ମୃତ୍ୟୁବରଣ କରିଥିବାରୁ ତାଂକ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ ପାଇଁ ସୁପାରିଶ କରାଯାଇଥିବା କୁହାଯାଇଛି।
The post ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ first appeared on Sambad.
from କରୋନା – Sambad https://ift.tt/3aQgIOy
0 Comments