
ନୂଆଦିଲ୍ଲୀ : ନୂଆ କରୋନା ଭାଇରସ୍ ଚିହ୍ନଟ କରିବା ପାଇଁ ଏବେ ଯେଉଁ ଟେଷ୍ଟିଂ ପ୍ରକ୍ରିୟା ହେଉଛି ସେଥିପାଇଁ ୨୪ ଘଣ୍ଟା ସମୟ ଲାଗୁଛି ବୋଲି ସିଏସ୍ଆଇଆର୍ ( ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ)ର ମୁଖ୍ୟ ଡ. ଶେଖର ମାଣ୍ଡେ କହିଛନ୍ତି। ନୂଆ ଭାଇରସ୍ ଅଧିକ କ୍ଷୀପ୍ର ସଂକ୍ରମଣ ଘଟାଉଥିବା ଏବଂ ଏହା ଏବେ ପ୍ରାୟ ୧୨ଟି ଦେଶରେ ଚିହ୍ନଟ ହୋଇଥିବାରୁ ଏବେ କରୋନା ଟିକାର ସଫଳତା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ଡ. ମାଣ୍ଡେ କହିଛନ୍ତି।
କରୋନା ଭାଇରସ୍ ପରିବର୍ତ୍ତିତ ରୂପରେ ଆସିବା ପରେ ଏହାର ଟେଷ୍ଟିଂ ପାଇଁ ଦେଶରେ ଏବେ ୬ଟି ଲ୍ୟାବ୍ ପ୍ରସ୍ତୁତ ରହିଛି। ବ୍ରିଟେନ୍ରୁ ଭାରତ ପହଞ୍ଚିଥିବା ଯେଉଁ ଯାତ୍ରୀମାନଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସୁଛି, ସେହି ନମୁନାଗୁଡ଼ିକ ମଧ୍ୟରେ ନୂଆ ଭାଇରସ୍ ରହିଛି କି ନାହିଁ ତାହା ଚିହ୍ନଟ ପାଇଁ ଉକ୍ତ ପରୀକ୍ଷାଗାରଗୁଡ଼ିକୁ ପଠାଯାଉଛି । ଅଧିକାଂଶ ନମୁନା ଦିଲ୍ଲୀ, ପୁନେ ଏବଂ ହାଇଦ୍ରାବାଦରେ ଥିବା ସ୍ବତନ୍ତ୍ର ଲ୍ୟାବ୍କୁ ପଠାଯାଇଥିବା ଜଣାପଡ଼ିଛି । କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ପ୍ରମୁଖ ସଂସ୍ଥା ଫାଇଜର ଏବଂ ମଡର୍ଣ୍ଣା ପକ୍ଷରୁ କୁହାଯାଇଛି ଯେ ପରିବର୍ତ୍ତିତ ରୂପରେ ଆସୁଥିବା ଭାଇରସ୍କୁ ମୁକାବିଲା କରିବାରେ ସେମାନଙ୍କ ଟିକା ସକ୍ଷମ ଏବଂ ଏ ଦିଗରେ ଅଧିକ ଗବେଷଣା ମଧ୍ୟ ଜାରି ରହିଛି।
The post ନୂଆ କରୋନା ଭାଇରସ୍ ଚିହ୍ନଟ ପାଇଁ ୨୪ ଘଣ୍ଟା ଲାଗୁଛି: ସିଏସ୍ଆଇଆର୍ ମୁଖ୍ୟ first appeared on Sambad.
from କରୋନା – Sambad https://ift.tt/38Dev68
0 Comments