ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ପରିଚାଳିତ ହେଉଥିବା ୨ଟି କୋଭିଡ ହସ୍‌ପିଟାଲ ବନ୍ଦ କରାଯିବ। କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ ଶୀତଳପଲ୍ଲୀସ୍ଥିତ ଟାଟା ହସ୍‌ପିଟାଲ ଏବଂ ଗୋଳନ୍ଥରାସ୍ଥିତ ଅଶ୍ୱିନୀ ହସ୍‌ପିଟାଲ ବନ୍ଦ କରାଯିବ। ଆସନ୍ତା ୨୦ ତାରିଖରୁ ଶୀତଳାପଲ୍ଲୀ ଟାଟା ହସ୍‌ପିଟାଲକୁ ବନ୍ଦ କରାଯିବ। ସେହିଭଳି ଡିସେମ୍ବର ୩୧ ତାରିଖରେ ଅଶ୍ୱିନୀ ହସ୍‌ପିଟାଲ ବନ୍ଦ ହେବ। ଡିସେମ୍ବର ୨୧ ତାରିଖରୁ ଅଶ୍ୱିନୀ ହସ୍‌ପିଟାଲରେ ନୂଆ ଆଡମିଶନ କରାଯିବ ନାହିଁ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ କରୋନା ଭାଇରସ ମହାମାରୀ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଉପରୋକ୍ତ ୨ଟି କୋଭିଡ-୧୯ ହସ୍‌ପିଟାଲ ଖୋଲିଥିଲେ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ଗଂଜାମ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୧ ହଜାର ୭୪୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୧ ହଜାର ୪୫୫ ଜଣ ସୁସ୍ଥ ହୋଇଥିବା ବେଳେ ୨୪୬ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଏବେବି ୩୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

The post ଗଂଜାମ ଜିଲ୍ଲାରେ ବନ୍ଦ ହେବ ୨ କୋଭିଡ ହସ୍‌ପିଟାଲ first appeared on Sambad.



from କରୋନା – Sambad https://ift.tt/37ovY2Z