ନୂଆଦିଲ୍ଲୀ: ଆସନ୍ତା ୧ ବର୍ଷ ପାଇଁ ଦେଶରେ ‌ଟିକା‌ ବଣ୍ଟନ କରିବାକୁ ବିପୁଳ ପାଣ୍ଠି ଆବଶ୍ୟକ। କେନ୍ଦ୍ର ସରକାର ଦେଶରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାପାଇଁ ଯୋଜନା କରିଛନ୍ତି। ଏବେ ସିରମ୍‌ ଇନଷ୍ଟିଚ୍ୟୁଟ୍‌-ଅକ୍ସଫୋର୍ଡର କୋଭିସିଲ୍ଡ, ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ଫାଇଜର୍‌ ଟିକା ଏମର୍ଜେନ୍ସି ବ୍ୟବହାର ତାଲିକାରେ ରହିଛି। ଉଭୟ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ଭାରତ ବାୟୋଟେକ୍‌ଠାରୁ ସିଡିଏସ୍‌ସିଓ (ସେଣ୍ଟ୍ରାଲ୍‌ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌) ଅତିରିକ୍ତ ତଥ୍ୟ ମାଗିଛନ୍ତି।

ତେବେ କେନ୍ଦ୍ର ସରକାର ‌ଟିକା‌ ବଣ୍ଟନ ପାଇଁ ବିପୁଳ ପାଣ୍ଠି ସହ ପ୍ରସ୍ତୁତ ରହିବା ଉଚିତ୍‌। ଆସନ୍ତା ବର୍ଷକ ପାଇଁ କୋଭିଡ୍‌ ଟିକା ବଣ୍ଟନ କରିବାକୁ ଭାରତ ୮୦ ହଜାର କୋଟି ଟଙ୍କା ସହ ପ୍ରସ୍ତୁତ ରହିବା ଉଚିତ୍ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ କୁହାଯାଇଛି। ଟିକାକରଣ ଏକ ବଡ଼ ଚ୍ୟା‌ଲେଂଜ। ସମସ୍ତ ପକ୍ଷଙ୍କୁ ଏଦିଗରେ କାମ କରିବାକୁ ପଡ଼ିବ ବୋଲି ଏସ୍‌ଆଇଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା ସତୀଶ ଡି ରାଭେତକର କହିଛନ୍ତି।

The post ଟିକା ବଣ୍ଟନ ପାଇଁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ: ସିରମ୍‌ first appeared on Sambad.



from କରୋନା – Sambad https://ift.tt/3mElsc1