ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତ, ସୁସ୍ଥ ଓ କରୋନା ମୃତ୍ୟୁ ନେଇ ବିଏମ୍‌ସି ଦୁଇ ପ୍ରକାରର ତଥ୍ୟ ଦେଉଛି। ଟୁଇଟର୍‌ରେ ଗୋଟେ ପ୍ରକାରର ତଥ୍ୟ ଦେଇଥିବା ବେଳେ ସଚେତକ ଆପ୍‌ରେ ଗୋଟିଏ ତଥ୍ୟ ଦେଇଛି, ଯାହାକୁ ନେଇ ଭ୍ରମ ସୃଷ୍ଟି ହୋଇଛି।

ବିଏମ୍‌ସି ସଚେତକ ଆପ୍‌ରେ ଅପ୍‌-ଟୁ-ଡେଟ୍‌ ତଥ୍ୟ ଦେଉଥିବାରୁ ମୋଟ୍‌ ଆକ୍ରାନ୍ତ ଓ ମୋଟ୍‌ ସୁସ୍ଥ ସଂଖ୍ୟା କିଛି ଭିନ୍ନ ହୋଇପାରେ। କିନ୍ତୁ ମୋଟ୍‌ ମୃତ୍ୟୁ ସଂଖ୍ୟା କିପରି ୧୦୦ରୁ ଅଧିକ ଫରକ୍‌ ହେଉଛି, ତାହା ପ୍ରଶ୍ନ ସୃଷ୍ଟି କରିଛି।

ବିଏମ୍‌ସି ଟୁଇଟର୍‌ ସୂଚନା ଅନୁଯାୟୀ, ରାଜଧାନୀରେ ଆଜି ସୁଦ୍ଧା ୩୦୪୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୬୬୦ ଜଣ ସୁସ୍ଥ ହୋଇଛନ୍ତି। ୨୦୪ଜଣଙ୍କ ମୃତ୍ୟୁ ହୋଇଛି।

କିନ୍ତୁ ସଚେତକ ଆପ୍‌ର ସୂଚନା ଅନୁଯାୟୀ, ଆଜି ରାତି ସୁଦ୍ଧା ୩୦୫୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫୮୬ଜଣ ସୁସ୍ଥ ହୋଇଛନ୍ତି। ୯୧ ଜଣଙ୍କର ମୃତ୍ୟୁ ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ କରୋନା ମୃତ୍ୟୁ କାହିଁକି ଲୁଚାଉଛନ୍ତି, ସେନେଇ କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି।

The post କରୋନା ମୃତ୍ୟୁ କାହିଁକି ଲୁଚାଉଛନ୍ତି? ଟୁଇଟର୍‌ରେ ଓ ସଚେତକ ଆପ୍‌ ତଥ୍ୟ ମେଳ ଖାଉନି first appeared on Sambad.



from କରୋନା – Sambad https://ift.tt/3fom8Al