ନୂଆଦିଲ୍ଲୀ : କରୋନା, ବାୟୁ ପ୍ରଦୂଷଣ, ଅର୍ଥବ୍ୟବସ୍ଥା ନା …..? ଏଗୁଡ଼ିକ ମଧ୍ୟରୁ ‌କେଊଁଟି ଅଧିକ ଚିନ୍ତାଜନକ ? ଏହିଭଳି ଏକ ପ୍ରଶ୍ନକୁ ନେଇ ଓଡ଼ିଶା ସମେତ ୧୦ଟି ରାଜ୍ୟରେ ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାପଡ଼ିଥିଲା ଯେ କରୋନା ଓ ବାୟୁ ପ୍ରଦୂଷଣକୁ ନେଇ ଲୋକମାନେ ଅଧିକ ଚିନ୍ତିତ ରହିଛନ୍ତି।

କାର୍ବନ କପି ନାମକ ଏକ ସଂସ୍ଥା ପକ୍ଷରୁ ଓଡ଼ିଶା ସହିତ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, କେରଳ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ତଥା ଦିଲ୍ଲୀ ପ୍ରଭୃତି ରାଜ୍ୟରେ ସର୍ଭେ କରାଯାଇଥିଲା। ଫେସ୍‌ବୁକ୍‌ ମାଧ୍ୟମରେ କରାଯାଇଥିବା ଏହି ସର୍ଭେରେ ସମୁଦ‌ାୟ ୨୨୧୮ ଜଣ ଭାଗ ନେଇଥିଲେ। ସର୍ଭେରେ ୪୨.୯ ପ୍ରତିଶତ ଲୋକ କରୋନା ପାଇଁ ଚିନ୍ତିତ ଥିବାବେଳେ ୨୩.୨ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣ ଏବଂ ୧୯.୫ ପ୍ରତିଶତ ଲୋକମାନେ ଅର୍ଥବ୍ୟବସ୍ଥାର ସ୍ଥିତି ଉପରେ ଚିନ୍ତାବ୍ୟକ୍ତ କରିଥିବାର କୁହାଯାଇଛି। ଏତଦ୍‌ବ୍ୟତୀତ ୭.୧ ପ୍ରତିଶତ ଲୋକମାନେ ଚାକିରି, ୩.୮ ପ୍ରତିଶତ ଲୋକମାନେ କୃଷକମାନଙ୍କ ସହ ଜଡ଼ିତ ସମସ୍ୟା ଓ ୩.୪ ପ୍ରତିଶତ ଲୋକମାନେ ଚୀନ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସର୍ଭେରେ ସାମିଲ ହୋଇଥିବା ଲୋକମାନେ ପ୍ରଦୂଷଣ ଓ ଅର୍ଥ ବ୍ୟବସ୍ଥାରେ କିଭଳି ସୁଧାର କରାଯାଇପାରିବ, ସେ ନେଇ ମଧ୍ୟ ମତ ରଖିଥିଲେ।

The post କରୋନା, ବାୟୁ ପ୍ରଦୂଷଣକୁ ନେଇ ଅଧିକ ଚିନ୍ତା first appeared on Sambad.



from କରୋନା – Sambad https://ift.tt/3klq71y