ଜୟପୁର : ରାଜସ୍ଥାନର ରାଜସମନ୍ଦର ବିଜେପି ବିଧାୟିକା କିରନ ମାହେଶ୍ବରୀ କରୋନାରେ ପ୍ରାଣ ହରାଇଛନ୍ତି। ରାଜସମନ୍ଦରୁ ତିନି ଥର ବିଧାୟିକା ହୋଇଥିବା କିରନ୍‌ ନଭେମ୍ବର ମାସ ଆରମ୍ଭରେ କରୋନା ସଂକ୍ରମିତ ହୋଇଥିଲେ। ମେଦାନ୍ତ ହସ୍ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି। କିରନ୍‌ଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ବିଧାନସଭା ବାଚସ୍ପତି ସିପି ଯୋଶୀ, ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ ଏକ ଟ୍ବିଟ୍‌ କରି କହିଛନ୍ତି, କିରନ୍‌ ମାହେଶ୍ବରୀଙ୍କ ମୃତ୍ୟୁ ଘଟଣା ଗଭୀର ଆଘାତ ଦେଇଛି। ରାଜସ୍ଥାନର ବିକାଶ ଦିଗରେ ଏବଂ ଦରିଦ୍ରମାନଙ୍କୁ ସଶକ୍ତୀକରଣ କରିବା ଦିଗରେ କିରନ କାମ କରିଛନ୍ତି ବୋଲି ମୋଦୀ କହିଛନ୍ତି।

The post କରୋନାରେ ଆଖି ବୁଜିଲେ ରାଜସ୍ଥାନ ବିଜେପି ବିଧାୟିକା first appeared on Sambad.



from କରୋନା – Sambad https://ift.tt/33vxqhr