ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦୨ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୬୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୩ ଲକ୍ଷ ୧୦ ହଜାର ୯୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୪୭୪ ଜଣ ଓ ସକ୍ରିୟ ଅଛନ୍ତି ୮୮୧୮ ଆକ୍ରାନ୍ତ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୫୨, ବରଗଡ଼ରୁ ୨୬, ଭଦ୍ରକରୁ ୬, ବଲାଙ୍ଗୀରରୁ ୩୬, ବୌଦ୍ଧରୁ ୪, କଟକରୁ ୬୫, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୨୫, ଜଗତ୍ସିଂହପୁରରୁ ୩୮, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୨୨, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୩୯, କେନ୍ଦୁଝରରୁ ୧୯, ଖୋର୍ଦ୍ଧାରୁ ୧୦୨, କୋରାପୁଟରୁ ୧୫, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୪୬, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୫, ନୂଆପଡ଼ାରୁ ୩୩, ପୁରୀରୁ ୩୦, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୨୨, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୮୨ ଓ ଷ୍ଟେଟ୍ ପୁଲ୍ରୁ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପଟେ କରୋନାରେ ରାଜ୍ୟରେ ପୁଣି ୧୫ ଜଣଙ୍କ ଜୀବନ ଯାଇଛି।
The post ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୫ ମୃତ first appeared on Sambad.
from କରୋନା – Sambad https://ift.tt/3f9Cwoa
0 Comments