ଭୁବନେଶ୍ବର: କୋଭିଡ୍‌-୧୯ ମହାରୀର କଠିନ ସମୟରେ ପେନ୍‌ସନ୍‌ଭୋଗୀଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପ୍ରଥମ ଥର ପାଇଁ ପେନ୍‌ସନ୍ ଗ୍ରହଣକାରୀଙ୍କ ଅନୁପସ୍ଥିତି‌େର ଗ୍ରାଚ୍ୟୁଇଟି ଓ କମ୍ୟୁଟେଡ୍‌ ପେନ୍‌ସନ୍‌ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମୟସୀମାକୁ ୨୦୨୧ ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ବାର୍ଷିକ ଜୀବନ ପ୍ରମାଣପତ୍ର, ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ୨୦୨୦ ନଭେମ୍ବରରୁ ୨୦୨୧ ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପେନ୍‌ସନ୍‌ଭୋଗୀମାନେ ନିଜର ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମ ପାଳନ ନିମନ୍ତେ ନିଜର ବାର୍ଷିକ ଜୀବନ ପ୍ରମାଣ ୨୦୨୦ ନଭେମ୍ବର ପରିବର୍ତ୍ତେ ୨୦୨୧ ମେ’ ମାସରେ ନିଜର ପେନ୍‌ସନ୍‌ ପ୍ରଦାନକାରୀ ସଂସ୍ଥା (ଟ୍ରେଜେରି, ବ୍ୟାଙ୍କ)ରେ ପ୍ରଦାନ କରିବାକୁ ଅର୍ଥ ବିଭାଗ ଅନୁରୋଧ କରିଛି। କରୋନା ସମୟରେ ରାଜ୍ୟ ସରକାରଙ୍କ ୫-ଟି ଓ ‘ମୋ ସରକାର’ ସୂତ୍ର ଅଧୀନରେ ପେନ୍‌ସନ୍ ତଥା ପରିବାର ପେନ୍‌ସନ୍‌ଭୋଗୀଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

The post କରୋନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ପେନ୍‌ସନ୍‌ଭୋଗୀଙ୍କ ଅନୁପସ୍ଥିତିରେ ଦିଆଯିବ ପେନ୍‌ସନ୍‌ first appeared on Sambad.



from କରୋନା – Sambad https://ift.tt/34VEPb0