
ଭୁବନେଶ୍ବର: ଧୀରେ ଧୀରେ କମ୍ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାରରୁ କମ୍ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୫୭୨ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୪୧୪ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆ ସଂକ୍ରମିତଙ୍କ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ୯୮୬ରେ ପହଞ୍ଚିିଛି। ସେହିପରି ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୯୨ ହଜାର ୪୭୭ ଜଣ। ସକ୍ରିୟ ଅଛନ୍ତି ୧୧ ହଜାର ୯୭୩ ଜଣ ସଂକ୍ରମିତ।
ଅନୁଗୁଳ ଜିଲ୍ଲାରୁ ୬୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୪୩ ଜଣ, ବରଗଡ଼ରୁ ୩୪ ଜଣ, ଭଦ୍ରକରୁ ୧୦ ଜଣ, ବଲାଙ୍ଗୀରରୁ ୨୬ ଜଣ, ବୌଦ୍ଧରୁ ୮ ଜଣ, କଟକରୁ ୮୧ ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳୁ ୨୬ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୫ ଜଣ, ଜଗତ୍ସିଂହପୁରରୁ ୫୪ ଜଣ, ଯାଜପୁରରୁ ୨୮ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, କଳାହାଣ୍ଡିରୁ ୪୨ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୪୪ ଜଣ, କେନ୍ଦୁଝରରୁ ୪୯ ଜଣ, ଖୋର୍ଦ୍ଧାରୁ ୧୧୨ ଜଣ, କୋରାପୁଟରୁ ୧୪ ଜଣ, ମାଲକାନଗିରିରୁ ୬ ଜଣ, ମୟୂରଭଞ୍ଜରୁ ୫୭ ଜଣ, ନବରଙ୍ଗପୁରରୁ ୧୫ ଜଣ, ନୂଆପଡ଼ାରୁ ୩୮ ଜଣ, ପୁରୀରୁ ୩୨ ଜଣ, ରାୟଗଡ଼ାରୁ ୧୬ ଜଣ, ସମ୍ବଲପୁରରୁ ୧୬ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ ଓ ଷ୍ଟେଟ୍ପୁଲ୍ରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
The post ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଦିନକରେ ୧ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା first appeared on Sambad.
from କରୋନା – Sambad https://ift.tt/38ACnsI
0 Comments