
ନୂଆଦିଲ୍ଲୀ: ମହାମାରୀ କରୋନାକୁ କେନ୍ଦ୍ରକରି ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିମୂଳକ ଖବର ଆସିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭିଟି ହାରରେ ହ୍ରାସ ଘଟଛି ୨୫%। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୩୦,୫୪୮ଟି ନୂତନ କରୋନା ବା କୋଭିଡ୍-୧୯ ସଂକ୍ରମଣ ମାମଲା ସମ୍ନାକୁ ଆସିଛି। ଯାହାକି ଦେଶରେ ବିଗତ ଚାରି ମାସ ମଧ୍ୟରେ ସର୍ବନିମ୍ନ ରହିଛି।
ଏହା ପୂର୍ବରୁ ଶେଷ ଥର ପାଇଁ ଜୁଲାଇ ୧୫ ତାରଖରେ ନୂତନ ଦୈନିକ ସଂକ୍ରମଣ ମାମଲା ୩୦,୦୦୦ରୁ କମ୍ ରେକର୍ଡ କରା ଯାଇଥିଲା। ଜୁଲାଇ ୧୫ରେ ରେକର୍ଡ ହୋଇଥିବା ନୂତନ ମାମଲା ସଂଖ୍ୟା ଥିଲା ୨୯,୪୨୯। ତେବେ, ଗତକାଲି (ରବିବାର) ଦୈନିକ ନୂତନ କରୋନା ସଂକ୍ରମଣ ମାମଲା ୪୧,୧୦୦ ରହିଥିବା ବେଳେ ଆଜି ସେଥିରେ ୨୫ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି।
ତଥାପି, ଭାରତରେ ବର୍ତ୍ତମାନ ସମୁଦାୟ ୮୮.୪୫ ଲକ୍ଷରୁ ଅଧିକ କରୋନାଭାଇରସ୍ ମାମଲା ରହିଛି ଏବଂ କୋଭିଡ୍-୧୯ରେ ୧.୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ପୂର୍ବରୁ ସମଗ୍ର ଦେଶରେ ୮ ଲକ୍ଷ ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮.୬ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଯାହାକି ଏକ ସର୍ବକାଳୀନ ରେକର୍ଡ।
The post ଭାରତରେ ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭିଟି ହାରରେ ହ୍ରାସ ଘଟିଲା ୨୫% first appeared on Sambad.
from କରୋନା – Sambad https://ift.tt/335q4RV
0 Comments