ବେଙ୍ଗାଲୁରୁ : କର୍ଣ୍ଣାଟକରେ ପାଖାପାଖି ୨ କୋଟି ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ସରକାରଙ୍କ ଦ୍ବାରା ହୋଇଥିବା ସେରୋ ସର୍ଭେରୁ ଜଣାପଡ଼ିଛି ଯେ, କର୍ଣ୍ଣାଟକରେ ୧.୯୩ କୋଟି ତଥା ରାଜ୍ୟର ୨୭.୩ ପ୍ରତିଶତ ଲୋକ ସେପ୍ଟେମ୍ବର ୧୬ ସୁଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି। କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. କେ ସୁଧାକର ଏକଥା କହିଛନ୍ତି। ସୁଧାକରଙ୍କ କହିବା ଅନୁଯାୟୀ ସେପ୍ଟେମ୍ବର ୩ରୁ ୧୬ ମଧ୍ୟରେ ୩୦ଟି ଜିଲ୍ଲାରେ ଏହି ସର୍ଭେକ୍ଷଣ ହୋଇଥିଲା। ରାଜ୍ୟରେ ଉଭୟ ଆଣ୍ଟିଜେନ୍‌ ଏବଂ ଆର୍‌ଟି ପିସିଆର ଟେଷ୍ଟ୍‌ କରାଯାଇଛି। ସର୍ଭେ ଅନୁଯାୟୀ ରାଜ୍ୟରେ କୋଭିଡ୍‌ ମୃତ୍ୟୁହାର ୦.୦୫ ପ୍ରତିଶତ ରହିଛି। କର୍ଣ୍ଣାଟକରେ ୧୬ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ବିରୋଧରେ ଲଢ଼ିବା ପାଇଁ କୋଭିଡ୍‌ ଆଣ୍ଟିବଡି ବିକଶିତ ହୋଇଛି। ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହି ସେରୋ ସର୍ଭେରେ ସାମିଲ ଥିଲେ।

The post ସେରୋ ସର୍ଭେ ରିପୋର୍ଟ: କର୍ଣ୍ଣାଟକରେ ୨କୋଟି ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି first appeared on Sambad.



from କରୋନା – Sambad https://ift.tt/38aoOjt