ଅହମଦାବାଦ: ଅହମଦାବାଦ ପ୍ରଶାସନ ପୁଣି ଥରେ ସହରରେ ରାତି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସହରରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ କରାଯିବ। ଏଠାରେ ବୁଧବାରେ ଦିନ ୨୨୦ ଜଣ ନୂଆ କରୋନାଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହି ଚିହ୍ନଟ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହମଦାବାଦରେ ୪୬,୦୨୨ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି।
ପାର୍ବଣ ଋତୁରେ ସମୟରେ ହଠାତ୍ କରୋନା ସଂକ୍ରମଣର ନୂଆ ମାମଲା ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ସହରର ଡାକ୍ତରଖାନାଗୁଡ଼ିକର କୋଭିଡ-୧୯ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଶଯ୍ୟା ଉପଲବ୍ଧ କରାଯାଇଛି ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

କୋଭିଡ-୧୯ ପାଇଁ ସ୍ୱତନ୍ତ୍ର ଡିୟୁଟିରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ କୁମାର ଗୁପ୍ତା କହିଛନ୍ତି, ଡାକ୍ତରଖାନାରେ ପ୍ରାୟ ୪୦ ପ୍ରତିଶତ ଶଯ୍ୟା କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ପାଇଁ ଉପଲବ୍ଧ ରହିଛି।
ଅହମଦାବାଦ ମ୍ୟୁନିସିପାଲ କର୍ପୋରେସନ ଅନୁଯାୟୀ ବୁଧବାର ଏହି ତାଲିକାରେ ୧୪ଟି ଅଞ୍ଚଳ ଯୋଡାଯିବା ପରେ ସହରର ମାଇକ୍ରୋ କଣ୍ଟେନମେଣ୍ଟ କ୍ଷେତ୍ର ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆବାସିକ ଅଞ୍ଚଳ ଏବଂ ଆପାର୍ଟମେଣ୍ଟଗୁଡିକୁ କଣ୍ଟେଣ୍ଟମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
The post ଚିନ୍ତା ବଢ଼ାଉଛି କରୋନା : ପୁଣି ଫେରିଲା ରାତ୍ରିକାଳୀନ କର୍ଫ୍ୟୁ first appeared on Sambad.
from କରୋନା – Sambad https://ift.tt/3nAVF5y
0 Comments