ଭୁବନେଶ୍ୱର: ଆମେ ଏକ ମହାମାରୀ ଦେଇ ଗତି କରୁଛେ। ବିଶ୍ୱବାସୀ ମହାମାରୀ ସହ ଯୁଦ୍ଧ ଜାରି ରଖିଛନ୍ତି। କିଛି ଲୋକ ଅନୁମାନ କରୁଥିବେ ଯେ, କରୋନା ଧୀରେ ଧୀରେ ହ୍ରାସ ପାଇଛି। କିନ୍ତୁ ଯୁଦ୍ଧର ପରିମାଣ କମି ନାହିଁ। ଆମକୁ ସଂପୂର୍ଣ୍ଣ ରୂପେ ସତର୍କତା ଅବଲମ୍ବନ କରିବାକୁ ହେବ। ନିଜେ ସଂକ୍ରମିତ ନ ହେବା ପାଇଁ ଓ ଯୁଦ୍ଧରେ ଜିତିବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। ଭୂତାଣୁ ମୁକ୍ତ ହେବା ପାଇଁ ପଦକ୍ଷେପ ନେବାକୁ ହେବ। ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଏହା କହିଛନ୍ତି।
ଡାକ୍ତର ପଣ୍ଡା କହିଛନ୍ତି ଯେ, ଯେଉଁମାନେ କୋଭିଡ-୧୯ରେ ଥରଟିଏ ସଂକ୍ରମିତ ହୋଇଛନ୍ତି, ସେମାନେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇନାହାନ୍ତି। ସେମାନଙ୍କ ମଧ୍ୟରେ ଅତ୍ୟନ୍ତ ଅବଶ, ଦେହ-ହାତ-ଗୋଡ ପୀଡ଼ା ଅନୁଭବ ହେଉଛି। ଭୋକ ହେଉନାହିଁ, ମାନସିକ ଅବସାଦ ବଢ଼ୁଛି। ସେହିଭଳି କାଶ ହେଉଛ ଓ ଜ୍ୱର ହେଉଛି। ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଧଇଁସଇଁ ହେଉଛି। ଏହିପରି ସ୍ଥିତିରେ ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ରାଜ୍ୟ ସରକାର କୋଭିଡରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ଦେଉଛନ୍ତି। ଓଡ଼ିଶାରେ ଏସସିବି ଓ ପଲ୍ଲବୀ ମେଡିକାଲରେ ପୋଷ୍ଟ କୋଭିଡ ଟ୍ରିଟମେଣ୍ଟ, ରିସର୍ଚ୍ଚ ଓ ଫଲୋଅର୍ସ ପାଇ ସୁବିଧା ଦିଆଯାଉଛି। ଡାକ୍ତରଙ୍କ ସହିତ ଯୋଗାଯୋଗ କରି ରୋଗୀ ଚିକିତ୍ସାରୁ ଲାଭ ଉଠାଇ ପାରିବେ।
ବେଳେ ବେଳେ ୧ ବର୍ଷ ଯାଏଁ କୋଭିଡ ରୋଗର ପ୍ରଭାବ ରହୁଛି। ଯେଉଁମାନେ ଭେଣ୍ଟିଲେଟରରେ ଥିଲେ, ଦୀର୍ଘ ଦିନ ଯାଏଁ ହସ୍ପିଟାଲରେ ଥିଲେ, ସେମାନଙ୍କୁ ପୁଣି ଥରେ କୋଭିଡରେ ପୀଡ଼ିତ ହେବାର ଆଶଙ୍କା ରହିଛି। ତେଣୁ ସେମାନେ ନିଶ୍ଚିତ ଭାବେ କୋଭିଡ ଚିକିତ୍ସାକୁ ଗୁରୁତ୍ୱ ଦେବା ଦରକାର। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ଆମ ପରିବେଶକୁ ସଫାସୁତୁରା ରଖିବା। ରୋଗ ପ୍ରତିଷେଧକ ପାଇଁ ସଜାଗ ରହିବା ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସୁସ୍ଥ ଜୀବନ ପାଇଁ ସତର୍କତା ଅବଲମ୍ବନ
-ଠିକ ସମୟରେ ଉଠିବା ଓ ଠିକ ସମୟରେ ଶୋଇବା, ଦିନକୁ ଅତିକମ୍ରେ ୭ ଘଣ୍ଟା ଶୋଇବା
-ଚିନ୍ତାରେ ରହିବା ନାହିଁ
-ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା
-କାର୍ବୋହାଇଟଯୁକ୍ତ ଖାଦ୍ୟ କମ ପରିମାଣରେ ଖାଇବା। ନହେଲେ ଓଜନ ବଢ଼ିବ
-ପ୍ର୍ରତିଦିନ ଅତିକମରେ ୩୦ ମିନିଟ ବ୍ୟାୟାମ କରିବା
-ଧ୍ରୁମପାନ ନିଷେଧ
-କମ୍ପ୍ୟୁଟର, ଲ୍ୟାପଟପ୍, ଟିଭି, ମୋବାଇଲରେ କମ ସମୟ ବିତାଇବା
-ରୋଗ ପ୍ରତିଷେଧକ ସ୍ତରକୁ ଠିକ ରଖିଲେ ଭୂତାଣୁକୁ ସମୂଳେ ନିପାତ କରିପାରିବା
ଦୀପାବଳି ପାଇଁ ଉପଦେଶ
ବାଣ ନ ଫୁଟାଇ ରୋଗୀର ମୁହଁରେ ହସ ଫୁଟାଇବା ବୋଲି ଡାକ୍ତର ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି। ଦୀପ ଜାଳି ଦୀପାବଳି ପାଳନ କରିବା। ରୋଗୀ ମୁହଁରେ ହସ ଫୁଟାଇବା।
The post କରୋନାର ପ୍ରକୋପ କମିନାହିଁ, ଯୁଦ୍ଧରେ ଜିତିବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ : ଡା. ଜୟନ୍ତ ପଣ୍ଡା first appeared on Sambad.
from କରୋନା – Sambad https://ift.tt/2IkdGX0
0 Comments