
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀ ପାଇଁ ମହାବିପଦ ପାଲଟିଛି କରୋନା ଭାଇରସ୍। ଦିଲ୍ଳୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଘଣ୍ଟାକୁ ୫ଟା ଲେଖାଏ କରୋନାଜନିତ ମୃତ୍ୟୁ ରେକର୍ଡ କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୫୧୧ କରୋନାଜନିତ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ କେବଳ ୧୨୧ ଜଣଙ୍କର ମୃତ୍ୟୁ ଘଟିଛି।
ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଜାତୀୟ ରାଜଧାନୀରେ ରବିବାର ଦିନ ୬,୭୪୬ ନୂତନ କରୋନା ଭାଇରସ୍ ମାମଲା ରେକର୍ଡ କରାଯାଇଥିବା ବେଳେ ୧୨୧ ଜଣଙ୍କର ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା ୮,୩୯୧କୁ ବୃଦ୍ଧି ପାଇଛି। ଆହୁରି ବି ଜାଣିବାକୁ ମିଳିଛି ଯେ ଶନିବାର ଦିନ ଦିଲ୍ଲୀରୁ ୫୪ ହଜାର ୮୯୩ କରୋନା ନମୁନା ପରୀକ୍ଷଣ କରାଯାଇଛି।
ଗତ ୧୫ ଦିନ ମଧ୍ୟରେ ପଞ୍ଚମ ଥର ପାଇଁ ଦିଲ୍ଲୀରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୦ ପାର୍ ହୋଇଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଶନିବାର ଦିନ ଦିଲ୍ଲୀରେ ୧୧୧ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଦିନ ୧୧୮ ଜଣଙ୍କର, ନଭେମ୍ବର ୧୮ ତାରିଖରେ ୧୩୧ ଜଣଙ୍କର ଓ ନଭେମ୍ବର ୧୨ ତାରିଖରେ ୧୦୪ ଜଣଙ୍କର ମୃତ୍ୟୁ ଘଟିସାରିଛି।
ଦିଲ୍ଲୀରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୯ ହଜାର ୮୬୩ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୪ ଲକ୍ଷ ୮୧ ହଜାର ୨୬୦ ଆକ୍ରାନ୍ତ ।
The post ଦିଲ୍ଲୀରେ ବେକାବୁ ହେଉଛି କରୋନାଜନିତ ମୃତ୍ୟୁ, ଘଣ୍ଟାକୁ ଯାଉଛି ୫ ଜୀବନ first appeared on Sambad.
from କରୋନା – Sambad https://ift.tt/2HwpF3g
0 Comments