ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୨୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୭୪୧କୁୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୧୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୭୯ ଜଣ, ବାଲେଶ୍ୱର, ବଲାଙ୍ଗୀର ଜିଲ୍ଲାରୁ ୭୬ ଜଣ ଲେଖାଏଁ, କଟକ, କେନ୍ଦୁଝର ଜିଲ୍ଲାରୁ ୭୪ ଜଣ ଲେଖାଏଁ, ମୟୂରଭଂଜ ଜିଲ୍ଲାରୁ ୬୫ ଜଣ, ନୂଆପଡ଼ା ଜିଲ୍ଲାରୁ ୬୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୯ ଜଣ, ବରଗଡ଼ ଜିଲ୍ଲାରୁ ୫୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୪ ଜଣ, ପୁରୀ ଜିଲ୍ଲାରୁ ୪୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୮ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଯାଜପୁର ଜିଲ୍ଲାରୁ ୨୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୫ ଜଣ, ଗଂଜାମ ଜିଲ୍ଲାରୁ ୨୨ ଜଣ, ଭଦ୍ରକ, କୋରାପୁଟ ଜିଲ୍ଲାରୁ ୨୦ ଜଣ ଲେଖାଏଁ, ନବରଂଗପୁର ଜିଲ୍ଲାରୁ ୧୮ ଜଣ, କନ୍ଧମାଳ ଜିଲ୍ଲାରୁ ୧୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨ ଜଣ, ରାୟଗଡ଼ା ଜିଲ୍ଲାରୁ ୧୧ ଜଣ, ଦେବଗଡ଼, ନୟାଗଡ଼ ଜିଲ୍ଲାରୁ ୯ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରୁ ୮ ଜଣ, ମାଲକାନଗିରି ୬ ଜଣ, ଗଜପତି ୩ ଜିଲ୍ଲାରୁ ୩ ଜଣ, ବୌଦ୍ଧ ଜିଲ୍ଲାରୁ ୨ ଜଣ ଓ ରାଜ୍ୟପୁଲରୁ ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୨୬୪ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/36sSbet