ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୪୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୫୩୩କୁ ବୃଦ୍ଧି ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ୧୬୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୦ ଜଣ, କଟକ ଜିଲ୍ଲାରୁ ୧୦୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୩ ଜଣ, କେନ୍ଦୁଝର ଜିଲ୍ଲାରୁ ୯୦ ଜଣ, ଅନୁଗୁଳ ଜିଲ୍ଲାରୁ ୮୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୭ ଜଣ, ମୟୂରଭଂଜ, ନୂଆପଡ଼ା ଜିଲ୍ଲାରୁ ୬୦ ଜଣ ଲେଖାଏଁ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

 

ସେହିପରି ଢେଙ୍କାନାଳ ଜିଲ୍ଲାରୁ ୪୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦ ଜଣ, ନୟାଗଡ଼ ଜିଲ୍ଲାରୁ ୩୫ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୩ ଜଣ, ବରଗଡ଼, ପୁରୀ ଜିଲ୍ଲାରୁ ୩୨ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୨୯ ଜଣ, ନବରଂଗପୁର ଜିଲ୍ଲାରୁ ୨୮ ଜଣ, ଗଂଜାମ ଜିଲ୍ଲାରୁ ୨୬ ଜଣ, ସମ୍ବଲପୁର ଜିଲ୍ଲାରୁ ୨୩ ଜଣ, କେରାପୁଟ ଜିଲ୍ଲାରୁ ୨୨ ଜଣ, କନ୍ଧମାଳ ଜିଲ୍ଲାରୁ ୧୯ ଜଣ, ବୌଦ୍ଧ ଜିଲ୍ଲାରୁ ୧୫ ଜଣ, ଭଦ୍ରକ ଜିଲ୍ଲାରୁ ୧୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୩ ଜଣ, ଦେବଗଡ଼, ମାଲକାନଗିରି ଜିଲ୍ଲାରୁ ୧୧ ଜଣ ଲେଖାଏଁ, ଗଜପତି ଜିଲ୍ଲାରୁ ୧୦ ଜଣ, ରାୟଗଡ଼ା ଜିଲ୍ଲାରୁ ୮ ଜଣ ଓ ରାଜ୍ୟପୁଲରୁ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୪୬୦ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/350seDt