
ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୩୦ହଜାର ମୁହାଁ। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୬୯ଜଣ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯,୩୭୯ରେ ପହଞ୍ଚିଛି। ସଂକ୍ରମଣ ଖସି ଆସିଥିଲେ ହେଁ ମୃତ୍ୟୁ ସଂଖ୍ୟା ଏ ପର୍ଯ୍ୟନ୍ତ କମୁନାହିଁ। ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି।
ରାଜ୍ୟର କୌଣସି ମ୍ୟୁନିସିପାଲିଟି ଅପେକ୍ଷା ଭୁବନେଶ୍ବରରେ କରୋନା ମୃତ୍ୟୁ ସର୍ବାଧିକ। ୬୯ରୋଗୀଙ୍କ ମଧ୍ୟରେ ୫୫ଜଣ ଲୋକାଲ କଣ୍ଟାକ୍ଟସ୍ ଥିବା ବେଳେ ୧୪ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ତେବେ ଦିନକରେ ୧୮୦ଜଣ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୮,୧୩୮କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୧୦୫୦ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
The post ରାଜଧାନୀରେ କରୋନା ସଂକ୍ରମଣ ୩୦ ହଜାରମୁହାଁ first appeared on Sambad.
from କରୋନା – Sambad https://ift.tt/3mQ3bJv
0 Comments