ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୩୦ ହଜାର ନିକଟତର ହୋଇଛି। ଦିନକରେ ରାଜଧାନୀରୁ ୬୩ ନୂତନ କରୋନା ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯,୮୩୭କୁ ବୃଦ୍ଧି ପାଇଛି। ଏହାସହ ଖୋର୍ଧା ଜିଲ୍ଲାରେ ଆଜି ସଂକ୍ରମଣ ୫୦ ହଜାର ଟପି ଯାଇଛି।

ଚିହ୍ନଟ ନୂତନ ୬୩ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ୧୫ଜଣ ଓ ୪୮ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଲଗାତାର ଭାବେ ଭୁବନେଶ୍ବରରେ ସଂକ୍ରମଣ ଶହେ ତଳେ ରହିଛି। ତେବେ ରାଜଧାନୀରେ କରୋନା ମୃତ୍ୟୁ ଥମୁ ନାହିଁ। ଆଜି ଆଉ ଜଣେ ରୋଗୀ ପ୍ରାଣ ହରାଇବା ପରେ ଭୁବନେଶ୍ବରରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ରାଜଧାନୀରେ ୯୩ଜଣ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୮,୮୫୩କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଏବେ ୭୭୯ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

The post ରାଜଧାନୀରେ ସଂକ୍ରମଣ ୩୦ ହଜାର ଛୁଇଁବ first appeared on Sambad.



from କରୋନା – Sambad https://ift.tt/2JXziZB