ଭୁବନେଶ୍ୱର : କରୋନାରୁ ସୁସ୍ଥ ହୋଇଥିବା ଜଣେ କୋଭିଡ୍‌ ଯୋଦ୍ଧା ଏ ପର୍ଯ୍ୟନ୍ତ ୩ଥର ପ୍ଲଜ୍‌ମା ଦାନ କରି ସାରିଲେଣି। ଗଞ୍ଜାମ ରଙ୍ଗେଇଲୁଣ୍ଡା ଅଞ୍ଚଳର ଡମ୍ବରୁଧର ରେଡ୍ଡୀ ଏମ୍‌କେସିଜି ମେଡିକାଲ କଲେଜରେ ଏ ପର୍ଯ୍ୟନ୍ତ ୩ଥର ପ୍ଲାଜ୍‌ମା ଦାନ କରି ସାରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାଦ୍ବାରା ସେ ୬ଜଣଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାବି କରାଯାଇଛି। ମାତ୍ର ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଥେରାପିକୁ ନେଇ ଏବେ ବି ବିବାଦ ରହିଛି।

ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍‌ଆର ପ୍ଲାଜ୍‌ମା ଦ୍ବାରା ଗୁରୁତର କରୋନା ରୋଗୀ କ୍ବଚିତ୍ ସୁସ୍ଥ ହେଉଥିବା କୁହାଯାଇଛି। ଫଳରେ ଦେଶର କିଛି ହାତଗଣିତ ରାଜ୍ୟ ଭିତରେ ଓଡ଼ିଶାରେ ଚାଲିଥିବା ପ୍ଲାଜ୍‌ମା ଥେରାପିକୁ ନେଇ ପ୍ରଶ୍ନ ଉଠିଛି। ପ୍ରକୃତରେ ପ୍ଲାଜ୍‌ମା ନେଇ କରୋନା ରୋଗୀ ସୁସ୍ଥ ହେଉଛନ୍ତି ନା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଦାବି କରାଯାଉଛି, ତାହାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ତେବେ ଆଇସିଏମ୍‌ଆର ପକ୍ଷରୁ କୋଭିଡ୍‌ ଚିକିତ୍ସା ପ୍ରୋଟୋକଲରୁ ପ୍ଲାଜ୍‌ମା ଥେରାପିକୁ ହଟାଇ‌ ଦବା ଲାଗି ଲିଖିତ ଭାବେ କୌଣସି ଚିଠି ଆସି ନଥିବାରୁ ରାଜ୍ୟ ସରକାର ଏହାକୁ ଜାରି ରଖିଥିବା କହିଛନ୍ତି।

The post ୩ଥର ପ୍ଲାଜ୍‌ମା ଦାନ କଲେ କୋଭିଡ୍‌ ଯୋଦ୍ଧା first appeared on Sambad.



from କରୋନା – Sambad https://ift.tt/2UndzMG