ଭୁବନେଶ୍ୱର : ରାଜଧାନୀରେ ଏବେ ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପାଖାପାଖି ରହୁଛି। ଏବେବି ରାଜଧାନୀରେ ୬୪୬ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୯୯ ଜଣଙ୍କର ମୃତ୍ୟୁ ହେଲାଣି। ଆଗକୁ ଦ୍ବିତୀୟ ଲହରି ଆସିବାର ସମ୍ଭାବନା ଅଛି। ଏପରି ସ୍ଥିତିରେ ଭୁବନେଶ୍ବରର କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଭୁବନେଶ୍ବର ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

କୋଭିଡ୍‌ ପର୍ଯ୍ୟବେକ୍ଷକ ବିଏମ୍‌ସିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବୈଠକ କରିଥିଲେ। ହେଲେ ବୈଠକରେ କ’ଣ ଆଲୋଚନା ହେଲା, ଭୁବନେଶ୍ବରରେ କରୋନା ମୃତ୍ୟୁ ସଂଖ୍ୟା କାହିଁକି ବଢ଼ୁଛି, ଆଗକୁ କ’ଣ ରଣନୀତି ଅଛି ସେନେଇ କିଛି ଆଲୋଚନା ହେଲା କି ନାହିଁ ବିଏମ୍‌ସି ଅଧିକାରୀଙ୍କୁ ପଚାରିଥିଲେ ହେଁ କିଛି ଉତ୍ତର ଦେଇନଥିଲେ। ବିଏମ୍‌ସି କମିସନରଙ୍କ ଅନୁପସ୍ଥିତିରେ ଏହି ବୈଠକ ହୋଇଥିଲେ ହେଁ ବିଏମ୍‌ସିର କୋଭିଡ ନୋଡାଲ ଅଫିସର ଶୁଭେନ୍ଦୁ ସାହୁ ଏନେଇ କିଛି ସୂଚନା ଦେଇନଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ କରୋନା ସମ୍ପର୍କିତ ସୂଚନା ଲୁଚାଇବା ପଛରେ କ’ଣ କାରଣ ଅଛି ତାହା ଜଣାପଡ଼ିନି।

The post ରାଜଧାନୀର କରୋନା ସ୍ଥିତି ସମୀକ୍ଷା କଲେ ପର୍ଯ୍ୟବେକ୍ଷକ, କ’ଣ ଆଲୋଚନା ହେଲା କହିଲେନି first appeared on Sambad.



from କରୋନା – Sambad https://ift.tt/3nIid4B