
ଲଣ୍ଡନ୍: ପ୍ରଥମ ୟୁରୋପୀୟ ରାଷ୍ଟ୍ରଭାବେ ବ୍ରିଟେନ୍ରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ କହିଛନ୍ତି ଦେଶରେ ପ୍ରତିଟି କରୋନା ରୋଗୀଙ୍କ ମୃତ୍ୟୁପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ। ସରକାରୀ ତଥ୍ୟ ଅନୁଯାୟୀ ଚଳିତ ସପ୍ତାହରେ ବ୍ରିଟେନ୍ରେ ମୋଟ୍ ୨୨ ହଜାର ୯୫୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍ ସଂକ୍ରମଣ ସଂଖ୍ୟା ୧୨ ଲକ୍ଷ ୫୬ ହଜାର ୭୨୫କୁ ବୃଦ୍ଧି ପାଇଛି। ବୁଧବାର ବ୍ରିଟେନ୍ରେ ୫୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ୩୬୫ ପହଞ୍ଚିଛି। ତେବେ ଆମେରିକା, ବ୍ରାଜିଲ୍, ଭାରତ ଏବଂ ମେକ୍ସିକୋ ପରେ ବିଶ୍ବରେ ପଞ୍ଚମ ରାଷ୍ଟ୍ରଭାବେ ବ୍ରିଟେନ୍ରେ କରୋନା ମୃତ୍ୟୁ ୫୦ ହଜାର ଟପିଯାଇଛି। ଅନ୍ୟପକ୍ଷେ ବିଶ୍ବରେ ମୋଟ୍ ସଂକ୍ରମଣ ୫ କୋଟି ୨୫ ଲକ୍ଷ ୨୯ ହଜାର ୫୫୦ ପହଞ୍ଚିଛି ଏବଂ ୧ ଲକ୍ଷ ୨୯ ହଜାର ୮୫୧ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ସଂକ୍ରମଣ କୋଟିଏ ୭ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୭ ହଜାର ଟପିଯାଇଛି।
The post ପ୍ରଥମ ୟୁରୋପୀୟ ରାଷ୍ଟ୍ର ଭାବେ ବ୍ରିଟେନ୍ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା first appeared on Sambad.
from କରୋନା – Sambad https://ift.tt/35obzKe
0 Comments