ନୂଆଦିଲ୍ଲୀ: ଭାରତ ପାଇଁ ଏକ ଆଶ୍ୱାସନାମୂଳକ ସକରାତ୍ମକ ଖବର। କୋଭିଡ୍‌-୧୯ ଟିକା ବିକାଶରେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକାର ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ବୋଲି ସୋମବାର ଘୋଷଣା କରିଛି ଅକ୍ସଫୋର୍ଡ। କରୋନାଭାଇରସ୍‌ ବିରୁଦ୍ଧରେ କୌଣସି ପ୍ରକାରର ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ବିନା ଏହା ୯୦% ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇପାରେ ବୋଲି ଦାବୀ କରିଛି ଅକ୍ସଫୋର୍ଡ।

ଏହି ଟିକାର ପ୍ରଭାବ ଏବଂ ନିରାପତ୍ତା ସମସ୍ତ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଏହି ଦାବୀକୁ ନିଶ୍ଚିତ କରିଛି। ଏଥିସହ ଏହି ଟିକା କୋଭିଡ୍‌-୧୯ ବିପକ୍ଷରେ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ। ଏବଂ ସାଂପ୍ରତିକ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଉପରେ ତୁରନ୍ତ ପ୍ରଭାବ ପକାଇବା ସହ ଫଳପ୍ରଦ ହେବ ବୋଲି ଆଷ୍ଟ୍ରାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍କାଲ୍‌ ସୋରିଓଟ୍‌ କହିଛନ୍ତି।

ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ ହୋଇଥିବା ଟିକା କୋଭିଡ-୧୯ ମହାମାରୀ ସଂକ୍ରମଣକୁ ରୋକିବାରେ ୯୦% ପ୍ରଭାବଶାଳୀ ଥିବା ପ୍ରମାଣିତ ହୋଇଯାଇଛି। ତଥ୍ୟ ଅନୁଯାୟୀ, ଏହି ଟିକା ଅଧା ଡୋଜ ଭାବରେ ବ୍ୟବହୃତ ହୁଏ ଏବଂ ଅନ୍ତତଃ ପକ୍ଷେ ଏକ ମାସ ବ୍ୟବଧାନରେ ପୂର୍ଣ୍ଣ ଡୋଜ୍‌ ଆକାରରେ ବ୍ୟବହୃତ ହୁଏ। ବ୍ରିଟେନ ଏବଂ ବ୍ରାଜିଲରେ ବିଳମ୍ବିତ ପର୍ଯ୍ୟାୟ ପରୀକ୍ଷାରେ ଏହାର ପ୍ରମାଣ ମିଳିଛି। ଏହି ପରିପ୍ରେକ୍ଷୀରେ ଭାରତ ପାଇଁ ଏହି ଟିକା ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି କହିଛି ଅକ୍ସଫୋର୍ଡ।

The post କୋଭିଡ-୧୯ ବିରୋଧରେ ଭାରତର ଲଢ଼େଇରେ ଫଳପ୍ରଦ ମୁଖ୍ୟ ଆୟୁଧ ସାଜିବ ଅକ୍ସଫୋର୍ଡ ଟିକା first appeared on Sambad.



from କରୋନା – Sambad https://ift.tt/35UVLij