
ନୂଆଦିଲ୍ଲୀ: ଗୁଣସୂତ୍ର ସଂଶୋଧନ ପ୍ରଯୁକ୍ତିବିଦ୍ୟା ‘କ୍ରିସ୍ପର୍’ ଆଧାରିତ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରୋନାଭାଇରସ୍ ଟେଷ୍ଟ୍ କିଟ୍ ‘ଫେଲୁଦା’ ଦେଶର ଆଠଟି ମେଟ୍ରୋ ସହରରେ ଥିବା ଆପୋଲୋ ହସ୍ପିଟାଲ୍ରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଗୁରୁବାର ଦିନ ଆପୋଲୋ ଗ୍ରୁପ୍ ଅଫ୍ ହସ୍ପିଟାଲ୍ ସହଯୋଗରେ ଟାଟା ଗ୍ରୁପ୍ ଏହି କିଟ୍ର ଶୁଭାରମ୍ଭ କରିଛି।
ପ୍ରଥମେ ଏହା ଦିଲ୍ଲୀରେ ଥିବା ଆପୋଲୋ ଲ୍ୟାବ୍ରେ ଉପଲବ୍ଧ ହେବା ସହ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, କୋଲକାତା, ପୁଣେ ଏବଂ ଅହମଦାବାଦରେ ଉପଲବ୍ଧ ହେବ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ଲୋକମାନଙ୍କ ଠାରୁ ପ୍ରକାଶ। ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଏହି କିଟ୍ ଉପରୋକ୍ତ ସହରମାନଙ୍କରେ ଉପଲବ୍ଧ ହେବ। ଦେଶବ୍ୟାପୀ ଆପୋଲୋ ଗ୍ରୁପ୍ର ଥିବା ୧୦୦ଟି କ୍ଲିନିକ୍ ଏବଂ ୭୫ ଲ୍ୟାବ୍ରେ ଏହି ନୂଆ ପରୀକ୍ଷା ଟେକ୍ନୋଲୋଜି ଗ୍ରହଣ କରାଯିବ।
ଏହି କିଟ୍କୁ ବ୍ୟାବସାୟିକ ଭାବେ ‘ଟାଟା ଏମ୍ଡି ଚେକ୍’ ଭାବେ ବ୍ରାଣ୍ଡିଙ୍ଗ୍ କରାଯାଇଛି। ଏହା ‘ଆର୍ଟି-ପିସିଆର୍’ ପ୍ରଣାଳୀରେ ୪୫ ମିନିଟ୍ ମଧ୍ୟରେ ଫଳାଫଳ ଜଣାଇ ପାରିବ।
The post ଆଠଟି ମେଟ୍ରୋ ସହରରେ ମିଳିବ ‘ଫେଲୁଦା ଟେଷ୍ଟ୍ କିଟ୍’ first appeared on Sambad.
from କରୋନା – Sambad https://ift.tt/2IToU4L
0 Comments