ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣରୁ ଆଜି ରାଜ୍ୟରେ ମୋଟ୍‌ ୧ ହଜାର ୫୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୯୧କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

 

ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୧୨୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୧୧୫ ଜଣ, କଟକ ଜିଲ୍ଲାରୁ ୧୦୭ ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୯ ଜଣ, ଅନୁଗୁଳ ଜିଲ୍ଲାରୁ ୭୦ ଜଣ, ଯାଜପୁର ଜିଲ୍ଲାରୁ ୬୦ ଜଣ, ବରଗଡ଼ ଜିଲ୍ଲାରୁ ୫୬ ଜଣ, ପୁରୀ ଜିଲ୍ଲାରୁ ୪୬ ଜଣ ଓ ମୟୂରଭଂଜ ଜିଲ୍ଲାରୁ ୪୫ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ଆଜି ୪୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ବଲାଙ୍ଗୀର ଜିଲ୍ଲାରୁ ୪୨ ଜଣ, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର ଜିଲ୍ଲାରୁ ୪୧ ଜଣ ଲେଖାଏଁ, କଳାହାଣ୍ଡି ଜିଲ୍ଲାରୁ ୩୬ ଜଣ, କେରାପୁଟ ଜିଲ୍ଲାରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୩୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୮ ଜଣ, ନୟାଗଡ଼ ଜିଲ୍ଲାରୁ ୨୬ ଜଣ, କନ୍ଧମାଳ ଜିଲ୍ଲାରୁ ୨୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୨ ଜଣ, ଗଂଜାମ ଜିଲ୍ଲାରୁ ୨୦ ଜଣ, ନବରଂଗପୁର ଜିଲ୍ଲାରୁ ୧୫ ଜଣ, ଦେବଗଡ଼ ଜିଲ୍ଲାରୁ ୧୩ ଜଣ, ଗଜପତି ଜିଲ୍ଲାରୁ ୬ ଜଣ ଓ ରାଜ୍ୟପୁଲରୁ ୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୨୭ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/34Nc9Rq