ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୩,୦୮୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୯୨ ମୃତ୍ୟୁ ରେକର୍ଡ କରାଯାଇଛି।

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୩,୦୯,୭୮୮ ଓ ମୃତ୍ୟୁସଂଖ୍ୟା ୧୩୫, ୭୧୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯,୩୭୯ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇ ଫେରିଛନ୍ତି।

Image Courtesy of India Today

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୫୫, ୫୫୫।

ସେହିଭଳି ଏବେ ସୁଦ୍ଧା ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୭, ୧୮, ୫୧୭ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ଦିଲ୍ଲୀରେ କୋଭିଡ୍‌-୧୯ ଜନିତ ମୃତ୍ୟୁହାର ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀ ଅଞ୍ଚଳରେ କରୋନାଭାଇରସ୍‌ ବିସ୍ତାର ରୋକିବା ନିମନ୍ତେ ପଦକ୍ଷେପସ୍ୱରୂପ ରାତ୍ରକାଳୀନ କର୍ଫ୍ୟୁ ଜାରି କରିବାକୁ ଦିଲ୍ଲୀ ସରକାର ବିଚାର କରୁଛନ୍ତି।

The post ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ୪୩,୦୮୨ ନୂଆ ସଂକ୍ରମଣ ଓ ୪୯୨ ଆକ୍ରାନ୍ତଙ୍କ ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/3m6U3jE