ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୮୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୫୬୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ୨୨୦ ଜଣ, କଟକ ଜିଲ୍ଲାରୁ ୧୫୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୪୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୭ ଜଣ, ପୁରୀ ଜିଲ୍ଲାରୁ ୯୬ ଜଣ, ମୟୂରଭଂଜ ଜିଲ୍ଲାରୁ ୮୩ ଜଣ, ବଲାଙ୍ଗୀର, ଯାଜପୁର ଜିଲ୍ଲାରୁ ୭୬ ଜଣ ଲେଖାଏଁ, କେନ୍ଦୁଝର ଜିଲ୍ଲାରୁ ୬୮ ଜଣ, ଭଦ୍ରକ ଜିଲ୍ଲାରୁ ୬୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୨ ଜଣ, ବରଗଡ଼ ଜିଲ୍ଲାରୁ ୬୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୦ ଜଣ ଓ କୋରାପୁଟ ଜିଲ୍ଲାରୁ ୫୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

 

ସେହିପରି କୋରାପୁଟ ଜିଲ୍ଲାରୁ ଆଜି ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରୁ ୪୫ ଜଣ, ବାଲେଶ୍ୱର ଜିଲ୍ଲଶରୁ ୪୨ ଜଣ, ନବରଂଗପୁର, ସମ୍ବଲପୁର ଜିଲ୍ଲାରୁ ୩୯ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୩୫ ଜଣ, ମାଲକାନଗିରି ଜିଲ୍ଲାରୁ ୩୪ ଜଣ, ନୟାଗଡ଼ ଜିଲ୍ଲାରୁ ୩୦ ଜଣ, ବୌଦ୍ଧ, ଗଂଜାମ ଜିଲ୍ଲାରୁ ୨୩ ଜଣ ଲେଖାଏଁ, ଢେଙ୍କାନାଳ ଜିଲ୍ଲାରୁ ୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୮ ଜଣ, ଗଜପତି, ସୁବର୍ଣ୍ଣପୁର ଜିଲ୍ଲାରୁ ୧୫ ଜଣ ଲେଖାଏଁ, ରାୟଗଡ଼ା ଜିଲ୍ଲାରୁ ୧୨ ଜଣ, ଦେବଗଡ଼ ଜିଲ୍ଲାରୁ ୭ ଜଣ ଓ ରାଜ୍ୟପୁଲରୁ ୪୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୮୧୫ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3kItsJ0