
ଭୁବନେଶ୍ବର: ବିଏମସି ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି। ଅଫିସ୍ ସିଲ ଦିନ ବିଏମସି ପକ୍ଷରୁ କୁହାଯାଇଥିଲା କି ୧୫ ଦିନ ଯାଏ ତାଙ୍କ କାର୍ଯ୍ୟାଳୟ ବନ୍ଦ କରାଯାଉଛି, ହେଲେ ସିଲ୍ କରିବାର ୭ ଦିନ ପରେ ଆଜି କାର୍ଯ୍ୟାଳୟର ତାଲା ଖୋଲିଛି ବିଏମସି। ଅପରାଜିତାଙ୍କ ଜନ୍ମଦିନ ଉତ୍ସବ ପାଳନର ଭିଡିଓ ଆଧାରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
ଅପରପକ୍ଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ଅଫିସକୁ ବିଏମସି ସିଲ୍ କରିବା ବେଆଇନ୍ ବୋଲି କହିଛନ୍ତି। ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିଏମସି ଏହି ପଦକ୍ଷେପ ନେଇଥିବାର ଅଭିଯୋଗ କରିଛନ୍ତି ସାଂସଦ। ତାଙ୍କ ଅଫିସକୁ ସିଲ୍ କରାଯିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି। ବିଏମସିର କ୍ଷମତା ନ ଥାଇ ବି ଏଭଳି କର୍ତ୍ତୃତ୍ବ ଜାହିର କରିଛି ବୋଲି ସେ ବିଏମସି କମିସନରଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି। ଏନେଇ ଆଗାମୀ ଦିନରେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।
The post ଖୋଲିଲା ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ, ସିଲ୍ କରାଯିବା ବେଆଇନ୍ ବୋଲି କହିଲେ ଭୁବନେଶ୍ବର ଲୋକସଭା ସାଂସଦ first appeared on Sambad.
from କରୋନା – Sambad https://ift.tt/2He2fPo
0 Comments