
ୱାସିଂଟନ୍: ସୋମବାର ଦିନ ନିର୍ବାଚନ ପ୍ରଚାର ଅଭିଯାନକୁ ବାହାରି ବଡ଼ ବଡ଼ ରାଲିରେ ଯୋଗ ଦେବା ଲାଗି ପ୍ରସ୍ତୁତ ହେଉଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ରବିବାର ଦିନ ‘ଫକ୍ସ୍ ନିଉଜ୍’ ସହ ସାକ୍ଷାତ୍କାରରେ କହିଛନ୍ତି ଯେ, ତାଙ୍କ ଦେହରେ ଆଉ କୋଭିଡ୍-୧୯ ନାହିଁ ଏବଂ ତାଙ୍କ ଠାରୁ ଭୂତାଣୁ ସଂକ୍ରମଣର ଆଶଙ୍କା ନାହିଁ।
ଟ୍ରମ୍ପ୍ କହିଛନ୍ତି, ଅନ୍ୟମାନଙ୍କ ପ୍ରତି ବିପଦର କାରଣ ନ ହୋଇ ସେ ନିର୍ବାଚନ ପ୍ରଚାର ଅଭିଯାନକୁ ଫେରି ପାରିବେ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଶନିବାର ଦିନ ତାଙ୍କ ଡାକ୍ତର କହିଥିଲେ, ରାଷ୍ଟ୍ରପତିଙ୍କ ଠାରୁ ଆଉ ସଂକ୍ରମଣର ଆଶଙ୍କା ନାହିଁ। କିନ୍ତୁ, ତାଙ୍କ ପରୀକ୍ଷା ନେଗେଟିଭ୍ ହୋଇଥିଲା କି, ନାହିଁ, ତାହା ଡାକ୍ତର ଜଣାଇ ନ ଥିଲେ।
ସାକ୍ଷାତ୍କାରରେ ଟ୍ରମ୍ପ୍ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସର୍ବୋଚ୍ଚ ପରୀକ୍ଷା, ସର୍ବୋଚ୍ଚ ଶ୍ରେଣୀ ଅତିକ୍ରମ କରିଛି। ମୁଁ ଖୁବ୍ ଭଲ ଅଛି। ରୋଗ ନିରୋଧୀ ହେବା ପରି ମନେହେଉଛି। ମୁଁ ବେସ୍ମେଣ୍ଟ୍ ବା ଭୂଗୃହରୁ ବାହାରକୁ ଯାଇ ପାରିବି।
from କରୋନା – Sambad https://ift.tt/30WEiDs
0 Comments