
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୨୬୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨,୫୨,୧୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୨୬୨୨ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ ୨୧୬, କଟକରୁ ୧୯୭ ଜଣ, ମୟୁରଭଞ୍ଜରୁ ୧୩୧, ସୁନ୍ଦରଗଡରୁ ୧୨୫, କଳାହାଣ୍ଡିରୁ ୧୧୮, ବଲାଙ୍ଗୀରରୁ ୧୧୪, ବାଲେଶ୍ବରରୁ ୯୯,ନୂଆପଡ଼ାରୁ ୯୯, ଯାଜପୁରରୁ ୯୩, ବରଗଡ଼ରୁ ୯୧, ଝାରସୁଗୁଡାରୁ ୮୯, ସମ୍ବଲପୁରରୁ ୮୫, କେନ୍ଦ୍ରାପଡ଼ାରୁ ୭୦, ପୁରୀରୁ ୬୫,ସୋନପୁରରୁ ୬୦,ଜଗତସିଂହପୁରରୁ ୫୯,କୋରାପୁଟରୁ ୫୫, ନବରଙ୍ଗପୁରରୁ ୫୨,ଭଦ୍ରକରୁ ୪୬, ନୟାଗଡ଼ରୁ ୩୯,କନ୍ଧମାଳରୁ ୩୮,ଗଞ୍ଜାମରୁ ୩୫,ବୌଦ୍ଧରୁ ୩୨,ଢେଙ୍କାନାଳରୁ ୨୫,ମାଲକାନଗିରିରୁ ୨୪, ଦେବଗଡ଼ରୁ ୧୪, ରାୟଗଡ଼ାରୁ ୯ ଓ ରାଜ୍ୟ ପୁଲରୁ ୭୯ ଜଣ ସୁସ୍ଥ ହୋଇଛନ୍ତି ।
The post ରାଜ୍ୟର ଆଉ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୨,୫୨,୧୯୭କୁ ବୃଦ୍ଧି first appeared on Sambad.
from କରୋନା – Sambad https://ift.tt/31l4HLp
0 Comments