
ଜେନେଭା: ସମଗ୍ର ବିଶ୍ବ ଏବେ କରୋନା ମହାମାରୀ ପାଇଁ ଅତି ଜଟିଳ ସ୍ଥିତିରେ ଉପନୀତ ହୋଇଛି। କିଛି ରାଷ୍ଟ୍ର ମହାମାରୀର ଅତି ବିପଜ୍ଜନକ ରାସ୍ତାରେ ଅଛନ୍ତି। କରୋନା ଚାପରେ ସ୍ବାସ୍ଥ୍ୟ ସେବା କିଛି ରାଷ୍ଟ୍ରରେ ଭୁଶୁଡ଼ି ପଡ଼ିବା ଭଳି ଲାଗୁଛି। ଆମେ ଏବେ ମହାମାରୀର ଅତି ଜଟିଳ ସ୍ଥିତିରେ ରହିଛେ। ବିଶେଷ କରି ଉତ୍ତର ଗୋଲାର୍ଦ୍ଧରେ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ମୁଖ୍ୟ ଟେଡ୍ରସ୍ ଆଦନମ କହିଛନ୍ତି। ହୁ’ ମୁଖ୍ୟଙ୍କ କହିବା ଅନୁଯାୟୀ ପରବର୍ତ୍ତୀ କିଛି ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ କିଛି ରାଷ୍ଟ୍ର ଏବେ ଅତ୍ୟନ୍ତ ବିପଜ୍ଜନକ ରାସ୍ତାରେ ଅଛନ୍ତି।
ଆଗକୁ ଅନାବଶ୍ୟକ ଭାବେ ମୃତ୍ୟୁ ନ ବଢ଼ାଇବାପାଇଁ ଏବଂ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ଭୁଶୁଡ଼ିବାରୁ ବର୍ତ୍ତାଇବା ପାଇଁ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ । ସ୍କୁଲ୍ଗୁଡ଼ିକୁ ପୁନର୍ବାର ବନ୍ଦ କରିବାକୁ ପଡ଼ିବ। ଟେଡ୍ରସ୍ କହିଛନ୍ତି, ଗତ ଫେବ୍ରୁଆରିରେ ସେ ଏହି କଥା କହିଥିଲେ ମଧ୍ୟ ବର୍ତ୍ତମାନ ଏହାର ପୁନରାବୃତ୍ତି କରୁଛନ୍ତି। କାରଣ କିଛି ରାଷ୍ଟ୍ରରେ ଏବେ ଦ୍ରୁତ ସଂକ୍ରମଣ ହେଉଛି। ଏହାଦ୍ବାରା ହସ୍ପିଟାଲ୍ମାନଙ୍କରେ ଆଇସିୟୁ ବେଡ୍ ବି ଭର୍ତ୍ତି ହୋଇଯାଉଛି। ଏଥିପାଇଁ କିଛି ରାଷ୍ଟ୍ରରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ଯାଇପାରେ। ତେଣୁ ତୁରନ୍ତ ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ ବୋଲି ଟେଡ୍ରସ୍ କହିଛନ୍ତି। ଟେଷ୍ଟିଂ ବଢ଼ାଇବା ସହ ରାଷ୍ଟ୍ରମାନେ ସଂକ୍ରମଣ ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ସେ କହିଛନ୍ତି।
The post କିଛି ରାଷ୍ଟ୍ର ମହାମାରୀର ‘ବିପଜ୍ଜନକ ରାସ୍ତା’ରେ ଅଛନ୍ତି first appeared on Sambad.
from କରୋନା – Sambad https://ift.tt/35vn8hF
0 Comments