ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୮୦କୁ ବୃଦ୍ଧି ପାଇଛି । ସେହିପରି ଆଜି ୧୫୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଫଳରେ ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୬ ହଜାର ୯୭୭କୁ ବୃଦ୍ଧି ପାଇଛି। ସେହିପରି ସକ୍ରିୟ ସଂଖ୍ୟା ୧ ହଜାର ୧୭୭ ରହିଥିବା ସମୟରେ ଜିଲ୍ଲାରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି ।

ଆଖି ବୁଜିଲେ କରୋନା ଯୁଦ୍ଧା : କରୋନାରେ ପ୍ରାଣ ହରେଇଲେ ପ୍ରଧାନଶିକ୍ଷକ

ବାରିପଦା : କରୋନାରେ ପୁଣି ଜଣେ ପ୍ରଧାନଶିକ୍ଷକ ପ୍ରାଣତ୍ୟାଗ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବଡ଼କୁଲିଡ଼ିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ତରେଇ(୫୨) କରୋନାରେ ପ୍ରାଣ ହରେଇଛନ୍ତି। ଶ୍ରୀ ତରେଇ କରୋନାରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବାଙ୍କିଶୋଳସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତେବେ ଗତ ସେପ୍ଟେମ୍ବର ୨୯(ମଙ୍ଗଳବାର) ଦିନ ସେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ବିଜୟରାମଚନ୍ଦ୍ରପୁରସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ତାଙ୍କର ଏକମାତ୍ର ପୁଅ ସୁନୀଲ ତରେଇ ମୁଖାଗ୍ନି ଦେଇଥିଲେ। ପ୍ରକାଶଥାଉକି, ସ୍ୱର୍ଗତ ତରେଇ ଜଣେ ମେଳାପି, ମିଷ୍ଟଭାଷୀ ଓ ଛାତ୍ରବତ୍ସାଳ ଶିକ୍ଷକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଶିକ୍ଷକ ମହଲ ସହ ରଙ୍ଗାମାଟିଆ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଥିଲା । ଘରେ ତାଙ୍କର ବିଧାବା ପତ୍ନୀ ଗୌରୀ ତରେଇଙ୍କ ସହ ଏକ କନ୍ୟା ଓ ପୁତ୍ର ରହିଛନ୍ତି ।



from କରୋନା – Sambad https://ift.tt/30rvmph