
ନୂଆଦିଲ୍ଲୀ: ଭାରତରେ ଗତ ସପ୍ତାହରେ ସାପ୍ତାହିକ ସ୍ତରରେ ନୂତନ କୋଭିଡ- ୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ପରିଲକ୍ଷିତ ହେବା ସହ ଏହା ଏକ ରେକର୍ଡ ସୃଷ୍ଟି କରିଛି। ଗତ ସପ୍ତାହ (ଅକ୍ଟୋବର ୧୯-୨୫)ରେ ପୂର୍ବ ସପ୍ତାହ ତୁଳନାରେ ଏହା ପ୍ରାୟ ୧୬% କମ୍ ରହିଛି। ସେହିପରି ଏହି ଅବଧି କାଳରେ କରୋନା ମୃତକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟି ଏହା ୧୯%ରେ ପହଞ୍ଚିଛି। ଭାରତରେ ଗତ ସପ୍ତାହରେ ମାତ୍ର ୩.୬ ଲକ୍ଷ ନୂତନ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଥିଲା, ଯାହାକି ବିଗତ ତିନିମାସ ମଧ୍ୟରେ ସର୍ବନିମ୍ନ ଅଟେ। ପୂର୍ବ ସପ୍ତାହର ସଂଖ୍ୟା ତୁଳନାରେ ଏହା ୧୫.୭% ହ୍ରାସ ପାଇଛି। ଏହାର ପୂର୍ବ ସପ୍ତାହରେ ଦେଶରେ ପ୍ରାୟ ୪.୩ ଲକ୍ଷ ନୂତନ କରୋନା ମାମଲା ରେକର୍ଡ କରାଯାଇଥିଲା।
ତେବେ, କ୍ରମାଗତ ଭାବେ ଷଷ୍ଠ ସପ୍ତାହ ପାଇଁ ଏହି ହ୍ରାସ ପରିଲକ୍ଷିତ ହୋଇଥିବାରୁ ଏହା ଦେଶ ପାଇଁ ଏକ ରକମର ଆଶ୍ୱସ୍ତିର କାରଣ ପାଲଟିଛି। ସେହିପରି ଗତ ରବିବାର ସୁଦ୍ଧା ଦେଶରେ ମୋଟ ୭୧.୩ ଲକ୍ଷ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଏକ ରିପୋର୍ଟରୁ ଜାଣିବା ପାଇଁ ମିଳିଛି। ଅନ୍ୟ ପକ୍ଷରେ କରୋନା ମୃତକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଏହି ଅବଧି ମଧ୍ୟରେ ସମଗ୍ର ଦେଶରେ କୋଭିଡ୍-୧୯ରେ ୪,୪୦୦ ପ୍ରାଣ ହରାଇଥିବା ବେଳେ ଏହା ପୂର୍ବ ସପ୍ତାହରେ ଏହି ସଂଖ୍ୟା ଥିଲା ୫,୪୫୫। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ (ଅକ୍ଟୋବର ୧୨-୧୮) ମଧ୍ୟରେ ନୂତନ ମାମଲାରେ ୧୩.୩% ହ୍ରାସ ଘଟିଥିବା ବେଳେ ମୃତ୍ୟୁହାରରେ ମଧ୍ୟ ୧୫.୯% ହ୍ରାସ ଘଟିଥିଲା।
The post ଭାରତରେ କରୋନା ସଂକ୍ରମଣ ମାମଲାରେ ୧୬% ହ୍ରାସ, ମୃତ୍ୟୁ ହାର ୧୯% first appeared on Sambad.
from କରୋନା – Sambad https://ift.tt/3jpTShi
0 Comments