
ବାଲିଅନ୍ତା : ପ୍ରତାପରୁଦ୍ରପୁର ପଞ୍ଚାୟତରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୪୫ବର୍ଷୀୟ ଏହି ଯୁବକଙ୍କ ମୃତ୍ୟୁକୁ ମିଶାଇ ଏହି ପଞ୍ଚାୟତରେ ମୋଟ ୩ଜଣ କରୋନାରେ ପ୍ରାଣ ହରାଇଲେଣି। ସେହିଭଳି ସମଗ୍ର ବାଲିଅନ୍ତା ବ୍ଲକରେ କରୋନା ମୃତ୍ୟୁସଂଖ୍ୟା ୨୩ ହେଲା ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ମଝିରେ ମଝିରେ ଗୋଟିଏ ଗୋଟିଏ କରୋନା ମୃତ୍ୟୁ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ଖେଳାଇ ଦେଇଛି। ମୃତ୍ୟୁମୁଖରେ ପଡ଼ିଥିବା ଯୁବକଜଣକ ଗତକାଲି ବାଳକାଟି ନିକଟ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ଗତ ରାତିରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଆଜି ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
The post ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ବାଲିଅନ୍ତାରେ ମୃତ୍ୟୁସଂଖ୍ୟା ୨୩ first appeared on Sambad.
from କରୋନା – Sambad https://ift.tt/37A5ADV
0 Comments