
ନୂଆଦିଲ୍ଲୀ : ଲଗାତାର ୩ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୬୦ ହଜାରରୁ କମ୍ ରହୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାର ୮୩୮ ନୂଆ ସଂକ୍ରମଣ ମାମଲା ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୦୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬ରେ ପହଞ୍ଚିଛି। ଦେଶରେ ଏବେ ୭ ଲକ୍ଷ ୧୫ ହଜାର ୮୧୨ ସକ୍ରିୟ ମାମଲା ରହିଛି।
ତେବେ ଲଗାତାର ୩ ଦିନ ଧରି ଦେଶରେ ସକ୍ରିୟ ମାମଲା ୧୦ ପ୍ରତିଶତରୁ କମ୍ ରହୁଛି ଏବଂ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହୁଛି। ସକ୍ରିୟ ମାମଲା ଦେଶରେ ମୋଟ୍ ସଂକ୍ରମଣ ମାମଲାର ୯.୨୯ ପ୍ରତିଶତ। ଅନ୍ୟପକ୍ଷେ ପଜିଟିଭ୍ ହାର ୩.୮ ପ୍ରତିଶତ ରହିଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୬୯ ଲକ୍ଷରେ ପହଞ୍ଚିବାକୁ ଯାଉଛି । ମୋଟ୍ ୬୮ ଲକ୍ଷ ୭୪ ହଜାର ୫୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୭୯ ହଜାର ୪୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଜାତୀୟ ଆରୋଗ୍ୟ ହାର ୮୯.୨୦ ପ୍ରତିଶତକୁ ବୃଦ୍ଧି ପାଇଛି।
The post ଦେଶରେ ସଂକ୍ରମଣ ୭୭ ଲକ୍ଷ ଟପିଲା, ଜାତୀୟ ଆରୋଗ୍ୟ ହାର ୮୯.୨୦କୁ ବୃଦ୍ଧି first appeared on Sambad.
from କରୋନା – Sambad https://ift.tt/34jFaE6
0 Comments