
ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ଏବଂ ଭାରତରେ କରୋନା ପୁନଃ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ତେଣୁ ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଯଦି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି ତେବେ ସେ ଆଦୌ ଅସାବଧାନ ହେବା ଉଚିତ୍ ନୁହେଁ। କରୋନା ଟିକା ଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କୋଭିଡ୍ ଏଣ୍ଟିବଡି ଅନେକ ଦିନ ଧରି ଜଣଙ୍କୁ ସୁରକ୍ଷା ଦେଇପାରିବ ନାହିଁ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍ )କହିଛି ଯେ, ୫ ମାସରେ ଯଦି ଏଣ୍ଟିବଡି ହ୍ରାସ ପାଏ ତେବେ ଜଣେ ବ୍ୟକ୍ତି ପୁନଃ ସଂକ୍ରମିତ ହୋଇପାରନ୍ତି। ତେଣୁ ଆମକୁ ସଚେତନ ହେବାକୁ ପଡ଼ିବ। ତେବେ ୩ ଟି କାରଣ ପାଇଁ କରୋନା ପୁନଃ ସଂକ୍ରମଣର ବିପଦ ଅଧିକ ରହିଛି।
ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଉଛି ମାସ୍କ ପିନ୍ଧିବାରେ ଅବହେଳା କରିବା। ଅଧିକ ସମୟ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ଭଲ ଲାଗିବନି। କିନ୍ତୁ ନିଜକୁ କରୋନା କବଳରୁ ସୁରକ୍ଷା କରିବାପାଇଁ ମାସ୍କ ନିହାତି ଆବଶ୍ୟକ। ସେହିପରି ସାମାଜିକ ଦୂରତ୍ବ ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ। ଜଣେ ବ୍ୟକ୍ତିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ସହ ତାଙ୍କ ଆଇସୋଲେସନ୍ ସମୟ ଶେଷ ହେଲେ ମଧ୍ୟ ସେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଅନ୍ୟ ଲୋକଙ୍କ ସଂସ୍ପର୍ଷରେ ନଆସିବା ଉଚିତ୍। ଡାକ୍ତରଙ୍କ ପରାମର୍ଶକ୍ରମେ ଆବଶ୍ୟକ ମେଡିସିନ୍ ଖାଇବାକୁ ହେବ। ୨ ମାସ ପର୍ଯ୍ୟନ୍ତ ଜଣେ ରୋଗୀ ଚିକିତ୍ସାରେ ରହିପାରିବେ। କୋଭିଡ୍ରୁ ସୁସ୍ଥ ହେବା ପରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ନିର୍ଦ୍ଧାରିତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସୁସ୍ଥ ହେବାପରେ ଶରୀର ଉପରେ ଅଧିକ ଚାପ ପକାଇଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେବ।
The post ୩ଟି କାରଣ କରୋନା ପୁନଃ ସଂକ୍ରମଣ ବିପଦ ବଢ଼ାଇପାରେ first appeared on Sambad.
from କରୋନା – Sambad https://ift.tt/31z5gRK
0 Comments