
ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଆମେରିକାର ପ୍ରଥମ ମହିଳା (ଫ୍ଲୋଟସ୍) ମେଲାନିଆ ଟ୍ରମ୍ପ୍ କରୋନା ସଂକ୍ରମିତ ହୋଇଛନ୍ତି। ଏକ ଟ୍ବିଟ୍ କରି ଟ୍ରମ୍ପ୍ କହିଛନ୍ତି, ଫ୍ଲୋଟସ୍ ଏବଂ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନେ କ୍ବାରାଣ୍ଟିନ୍ରେ ଅଛନ୍ତି । ଆମେରିକା ନିର୍ବାଚନର ମାସକ ପୂର୍ବରୁ ଉଭୟ ଟ୍ରମ୍ପ୍ ଏବଂ ମେଲାନିଆ କରୋନା ଆକ୍ରାନ୍ତ ହେବା ଦ୍ବାରା ଏହା ସେମାନଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। ମେଲାନିଆ ଟ୍ରମ୍ପ୍ ଏକ ଟ୍ବିଟ୍ କରି କହିଛନ୍ତି, ଅନେକ ଆମେରିକୀୟଙ୍କ ପରି ପୋଟସ୍ ଏବଂ ସେ କରୋନା ପଜିଟିଭ୍ ହେବାପରେ ହୋମ୍ କ୍ବାରାଣ୍ଟିନ୍ରେ ରହିଛନ୍ତି। ତେବେ ସେମାନେ ସୁସ୍ଥ ଅଛନ୍ତି ଏବଂ ଆଗାମୀ କାର୍ଯ୍ୟକ୍ରମ ସବୁକୁ ସ୍ଥଗିତ ରଖାଯାଇଛି ବୋଲି ମେଲାନିଆ କହିଛନ୍ତି। ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସ କରୋନା ଟେଷ୍ଟ୍ କରିଥିବା ବେଳେ ତାଙ୍କୁ ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ଟ୍ରମ୍ପ୍ ଏବଂ ମେଲାନିଆ କରୋନା ସଂକ୍ରମିତ ହେବା ଖବର ଜାଣିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ରମ୍ପ୍ଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏକ ଟ୍ବିଟ୍ କରି ମୋଦୀ କହିଛନ୍ତି, ‘ ମୋ ବନ୍ଧୁ ପୋଟସ୍ ଡୋନାଲ୍ଟ ଟ୍ରମ୍ପ୍ ଓ ଫ୍ଲୋଟସ୍ଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଉ ମାତ୍ର ୩୨ ଦିନ ବାକିଥିବା ବେଳେ ଉଭୟ ଡୋନାଲ୍ଡ ଏବଂ ମେଲାନିଆ କରୋନା ସଂକ୍ରମିତ ହୋଇଥିବାରୁ ଏବେ ପ୍ରଚାର କାର୍ଯ୍ୟକ୍ରମ କିଭଳି ସଂଚାଳନ ହେବ ତାହା ରିପବ୍ଲିକାନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।। ନିକଟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ବିତର୍କ ସରିଛି। ଆଗକୁ ପୁଣି ଡିମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ସହ ଟ୍ରମ୍ପ୍ଙ୍କର ଅନ୍ୟ ୨ଟି ବିତର୍କ ରହିଛି । ଟ୍ରମ୍ପ୍ଙ୍କ ବିତର୍କ ସମେତ ରପବ୍ଲିକ୍ ଦଳର ନିର୍ବାଚନୀ ପ୍ରଚାର ମଧ୍ୟ ପ୍ରଭାବିତ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷେ ବିଶ୍ଳେଷକ ମାନେ କହୁଛନ୍ତି, କରୋନା ସଂକ୍ରମିତ ହେବାପରେ ଟ୍ରମ୍ପ୍ଙ୍କୁ ଅନୁକମ୍ପା ଭୋଟ୍ ମିଳିପାରେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଘନିଷ୍ଠ ସହଯୋଗୀ ହପ୍ ହିକ୍ସ କରୋନା ସଂକ୍ରମିତ ହେବାପରେ ଉଭୟ ଡୋନାଲ୍ଡ ଟ୍ରମ୍ପ୍ ଏବଂ ମେଲାନିଆ କରୋନା ଟେଷ୍ଟ୍ କରାଇଥଲା । ଚଳିତ ସପ୍ତାହରେ ହିକ୍ସ ରାଷ୍ଟ୍ରପତିଙ୍କ ସହ ଏକ ବିମାନରେ ଯାତ୍ରା କରିଥିଲେ। ଉଭୟ ଟ୍ରମ୍ପ୍ ଏବଂ ମେଲାନିଆ ତାଙ୍କ ସହ ପର୍ଯ୍ୟାପ୍ତ ସମୟ ଅତିବାହିତ କରିଥିବାରୁ ସେମାନେ ନିଜର କରୋନା ଟେଷ୍ଟ୍ କରାଇଥିଲେ।
from କରୋନା – Sambad https://ift.tt/3cVgZhT
0 Comments