
ଭୁବନେଶ୍ୱର : ଆମେରିକାରେ ରହୁଥିବା ଓଡ଼ିଆ ଡାକ୍ତରଙ୍କୁ ନେଇ ଗଠିତ ‘ହେଲ୍ଥ ଆଣ୍ଡ୍ ୱେଲ୍ନେସ୍’ ଗ୍ରୁପ୍ ଓଡ଼ିଆ ସୋସାଇଟି ଅଫ୍ ଆମେରିକା ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଏକ ଅତ୍ୟାଧୁନିକ କୋଭିଡ୍ ଟେଷ୍ଟିଂ ଭ୍ରାମ୍ୟମାଣ ଭ୍ୟାନ୍ ଯୋଗାଇ ଦିଆଯାଇଛି। ଅଭିନେତା ସବ୍ୟସାଚୀ ମିଶ୍ର ଗୁଡ୍ ୱିଲ୍ ଆମ୍ବାସଡର ଭାବେ ଏହି ଭ୍ୟାନ୍ ଜନସ୍ବାସ୍ଥ୍ୟ ନିର୍ଦେଶକ ଡ.ନିରଂଜନ ମିଶ୍ର ଓ କ୍ୟାପିଟାଲ ହସ୍ପିଟାଲ୍ ନିର୍ଦେଶକ ଡ. ଲକ୍ଷ୍ମୀଧର ସାହୁଙ୍କ ଉପସ୍ଥିତିରେ ହସ୍ତାନ୍ତର କରିଛନ୍ତି।
ସବ୍ୟସାଚୀ କହିଛନ୍ତି, ଏକ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଆମେରିକାର ଓଡ଼ିଆ ଡାକ୍ତର ଗ୍ରୁପ୍ ଓଡ଼ିଶା ପାଇଁ ସହାୟତାର ହାତ ବଢ଼ାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଂପ୍ରତି କରୋନାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ସେମାନେ ଏକ ଭ୍ୟାନ୍ ଯୋଗାଇ ଦେଇଛନ୍ତି। ନୂଆଦିଲ୍ଲୀରେ ଆଧୁନିକ କୌଶଳରେ ନିର୍ମିତ ଏହି ଭ୍ୟାନ୍ଟି ପରବର୍ତୀ ସମୟରେ ଭାକ୍ସିନ୍ ଭ୍ୟାନ୍ ଭାବେ ମଧ୍ୟ ବ୍ୟବହୃତ ହୋଇପାରିବ। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏନେଇ ଗ୍ରୁପ୍କୁ କୃତଜ୍ଞତା ଜଣାଇଛନ୍ତି। ଗ୍ରୁପ୍ର କାର୍ଯ୍ୟକାରୀ ସଭାପତି ଡ.ଦେବାଶିଷ ରାୟ କହିଛନ୍ତି, ସବ୍ୟସାଚୀଙ୍କ ସହଯୋଗରେ ଭବିଷ୍ୟତରେ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ଆହୁରି ଉନ୍ନତି ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସଂପ୍ରତି ଖୋର୍ଧାରେ ନମୁନା ସଂଗ୍ରହ ନିମନ୍ତେ ଭ୍ୟାନ୍ଟି ନିୟୋଜିତ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏହିଭଳି ଆଉ ୨ଟି ଭ୍ରାମ୍ୟମାଣ ଭ୍ୟାନ୍ ଯୋଗାଇ ଦିଆଯିବ ବୋଲି ସବ୍ୟସାଚୀ ସୂଚନା ଦେଇଛନ୍ତି।
The post ଆମେରିକାର ଓଡ଼ିଆ ଡାକ୍ତର ଗ୍ରୁପ୍ ଦେଲେ କୋଭିଡ୍ ଟେଷ୍ଟିଂ ଭ୍ୟାନ୍ first appeared on Sambad.
from କରୋନା – Sambad https://ift.tt/31QkdiD
0 Comments