ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୩୯୪ ଜଣଙ୍କ ସମେତ ଆଜି ରାଜ୍ୟରେ ମୋଟ ୨ ହଜାର ୩୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୨୦୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୨ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୬ ଜଣ, କଟକ ଜିଲ୍ଲାରୁ ୧୨୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୯ ଜଣ, ଯାଜପୁର ଜିଲ୍ଲାରୁ ୧୦୭ ଜଣ, ବରଗଡ଼ ଜିଲ୍ଲାରୁ ୮୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୫ ଜଣ, ଭଦ୍ରକ ଜିଲ୍ଲାରୁ ୭୨ ଜଣ, ନୂଆପଡ଼ା ଜିଲ୍ଲାରୁ ୬୫ ଜଣ, କେନ୍ଦ୍ରାପଡ଼ା , ସୁବର୍ଣ୍ଣପୁର ଜିଲ୍ଲାରୁ ୬୪ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୫୯ ଜଣ, ଜଗତସିଂହପୁର, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରୁ ୫୦ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

 

ସେହିପରି ଢେଙ୍କାନାଳ, ଗଂଜାମ ଜିଲ୍ଲାରୁ ୩୪ ଜଣ ଲେଖାଏଁ, ବୌଦ୍ଧ, କନ୍ଧମାଳ ଜିଲ୍ଲାରୁ ୩୩ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୩୧ ଜଣ, ରାୟଗଡ଼ା ଜିଲ୍ଲାରୁ ୨୯ ଜଣ, କୋରାପୁଟ ଜିଲ୍ଲାରୁ ୨୮ ଜଣ, ନୟାଗଡ଼ ଜିଲ୍ଲାରୁ ୨୧ ଜଣ, ନବରଂଗପୁର ଜିଲ୍ଲାରୁ ୧୫ ଜଣ, ଦେବଗଡ଼ ଜିଲ୍ଲାରୁ ୧୦ ଜଣ, ଗଜପତି ଜିଲ୍ଲାରୁ ୬ ଜଣ ଓ ରାଜ୍ୟପୁଲରୁ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ଖୋର୍ଦ୍ଧା ଜିଲ୍ଲାରୁ ୩୯୪ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୩୭୭ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/35H0HX5