ନୂଆଦିଲ୍ଲୀ: ଦିନକୁ ଦିିନ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ପ୍ରାୟ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁୁଦାୟ ସଂକ୍ରମିତଙ୍କ ସଂଖ୍ୟା ଆକାଶ ଛୁଆଁ ପାଲଟିଛିି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ନୂଆ ୪୫ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସମୁଦ‌ାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ ଛୁଇଁଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛିି।

ଏବେ ସୁଦ୍ଧା ୭୧ ଲକ୍ଷ ୩୧ ହଜାର ୨୨୨୯ ଜଣ ଆକ୍ର‌ାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଅଛନ୍ତି ୬ ଲକ୍ଷ ୫୩ ହଜାର ୭୧୭ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୯ ହଜାର ୧୦୫ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗତକାଲି ୯ ଲକ୍ଷ ୩୯ ହଜାର ୩୦୯ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ  ଦେଶରେ ସମୁଦାୟ ୧୦ କୋଟି ୩୪ ଲକ୍ଷ ୬୨ ହଜାର ୭୭୮ ନମୁନା ପରୀକ୍ଷା ହୋଇ ସାରିଲାଣି।

The post ଦେଶରେ ପାଖାପାଖି ୮୦ ଲକ୍ଷ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ପ୍ରାୟ ୧ ଲକ୍ଷ ୨୦ ହଜାର first appeared on Sambad.



from କରୋନା – Sambad https://ift.tt/3ju6lR5