
ନାଲକୋନଗର: ଦିନକୁ ଦିନ କରୋନା ବଢ଼ି ଚାଲିଥିବାରୁ ନାଲକୋ ପ୍ରଶାସନ ନିଜସ୍ୱ ନାଲକୋ କର୍ମଚାରୀଙ୍କମାନଙ୍କ କରୋନା ପରୀକ୍ଷା କରିବା ପାଇଁ ଆଜି ନାଲକୋ ଡାକ୍ତର ଖାନା ପରିସରରେ ଆଣ୍ଟିଜେନ ଟେଷ୍ଟ ଶୁଭାରମ୍ଭ କରିଛି। ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନସା ପ୍ରସାଦ ମିଶ୍ର, ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ, ନାଲକୋ ଡାକ୍ତରଖାନାର ମୁଖ୍ୟ ଡ଼ା. ଜୟଶ୍ରୀ ଘୋସାଲ ଓ କୋଭିଡ ଦାୟିତ୍ୱ ରେ ଥିବା ଡ଼ା. ଚିନ୍ମୟ ବାରିକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ।।

ନାଲକୋ ଡାକ୍ତରଖାନାରେ ପ୍ରଥମ ପର୍ଯ୍ୟାୟରେ ୨୫୦ଟି ଆଣ୍ଟିଜେନ ଟେଷ୍ଟ ହେବାର ବ୍ୟବସ୍ଥା କରାଯାଇଛି। ଅଧଘଣ୍ଟା ମଧ୍ୟରେ ଆଣ୍ଟିଜେନ ଟେଷ୍ଟର ରିପୋର୍ଟ ମିଳିପାରିବ ବୋଲି କୁହାଯାଉଛି।ଡ଼ା.ମିତେସ୍ ୱାଗଜି, ଡ଼ା. ସ୍ଵରଵ ଦାସ, ଡ଼ା.ସରୋଜ କୁମାର ନାଥ,ଡ଼ା. ପି.କେ.ରାଉତ ରାଏ, ଡା. ମିନାଖି ପଣ୍ଡା, ନାଲକୋ ଡାକ୍ତରଖାନା ର କୋଭିଡ ସମ୍ବନ୍ଧୀୟ ଉପକରଣ ତଦାରଖ କରୁଥିବା ଅଧିକାରୀ ଏସ୍. କେ.ନାଥ ଓ ସମସ୍ତ ଶ୍ରମିକ ସଂଗଠନ କର୍ମକର୍ତ୍ତା ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
The post ନାଲକୋ ଡାକ୍ତରଖାନାରେ ଶୁଭାରମ୍ଭ ହେଲା କରୋନା ପରୀକ୍ଷା first appeared on Sambad.
from କରୋନା – Sambad https://ift.tt/2JgXXIf
0 Comments