ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ୭୫୨ କୋଟି ଟଙ୍କାରୁ ଅଧିକ ପାଣ୍ଠି ଯୋଗାଇ ଦେଇଛନ୍ତି। ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏହି ଅର୍ଥ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗକୁ ସର୍ବାଧିକ ୩୯୫ କୋଟି ଦିଆଯାଇଥିଲା ବେଳେ ପଞ୍ଚାୟତିରାଜ ବିଭାଗକୁ ୨୩୯ କୋଟି, ନଗର ଉନ୍ନୟନ ବିଭାଗକୁ ୧୭ କୋଟି, ସମସ୍ତ ଜିଲ୍ଲାପାଳଙ୍କୁ ୯୬ କୋଟି ଟଙ୍କା ଦିଆଯାଇଛି। ବିଧାନସଭାରେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ତଥ୍ୟ ଦେଇଛନ୍ତି। ଏହା ସହ କରୋନା ଯୋଗୁ ଉତ୍ପନ୍ନ ସ୍ଥିତିର ପରିଚାଳନା ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ୧୦୦ଟି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।



from କରୋନା – Sambad https://ift.tt/3d2A0PB