ଭୁବନେଶ୍ବର: କ୍ୟାପିଟାଲ‌ ହସ୍ପିଟାଲର ଶିଶୁରୋଗ ୱାର୍ଡରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ଡାକ୍ତର ଇସ୍ତଫା ଦେଇଛନ୍ତି। କରୋନା ସମୟ‌ରେ ଡ୍ୟୁଟିକୁ ନେଇ ସଂପୃକ୍ତ ଡାକ୍ତରଜଣକ ଅସନ୍ତୋଷ ରହିଥିବା କୁହାଯାଉଛି। ରାଜ୍ୟ ସରକାର ଡାକ୍ତରମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିଥିବା ବେଳେ ଏହି ସମୟରେ ଜଣେ ଡାକ୍ତର ଇସ୍ତଫା ଦେବା ପ୍ରଥମ ଘଟଣା।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ଡାକ୍ତର ଇସ୍ତଫା ଦେଇଛନ୍ତି, ତାହା ଜଣାପଡ଼ି ନାହିଁ। ତେବେ ସେ ରାତି ଡ୍ୟୁଟିକୁ ନେଇ ଅସନ୍ତୋଷ ଥିଲେ। ହସ୍ପିଟାଲର ସବୁ ଡାକ୍ତରଙ୍କୁ ଉଭୟ ସକାଳ ଓ ରାତିରେ ଡ୍ୟୁଟି ଦିଆଯାଉଛି। ଏହାକୁ ନେଇ ଅସନ୍ତୁଷ୍ଟ ହେବାର କୌଣସି କାରଣ ନାହିଁ। ତେବେ ସେ ଚୁକ୍ତିଭିତ୍ତିକ ଡାକ୍ତର ହୋଇଥିବାରୁ ଇସ୍ତଫା ଦେଇଥିବା ଡା. ସାହୁ କହିଛନ୍ତି।



from କରୋନା – Sambad https://ift.tt/34puylS