
ନୂଆଦିଲ୍ଲୀ: ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢ଼ିଥିଲେ ସୁଦ୍ଧା ଭାରତରେ ଗତ ୭ ଦିନରେ ପ୍ରତି ୧୦ ଲକ୍ଷରେ ସଂକ୍ରମଣ ୩୧୦କୁ ଖସି ଆସିଛି। ତେବେ କରୋନା ପୁନଃ ସଂକ୍ରମଣ ସଂକ୍ରାନ୍ତରେ ଆଇସିଏମ୍ଆର ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ଆଇସିଏମ୍ଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ୫ ମାସ ମଧ୍ୟରେ ଏଣ୍ଟିବଡି ହ୍ରାସ ପାଏ ତେବେ ସେ ପୁଣିଥରେ କରୋନା ସଂକ୍ରମିତ ହେବା ସମ୍ଭାବନା ରହିଛି। ତେଣୁ ଜଣେ ବ୍ୟକ୍ତି ଯଦି ଆଗୁଆ କରୋନା ସଂକ୍ରମିତ ହୋଇଥାନ୍ତି ତେବେ ସେ ସତର୍କ ରହିବା ଉଚିତ୍। ଟିକେ ଅବହେଳା କଲେ ଜଣେ ପୁଣିଥରେ କରୋନା ସଂକ୍ରମିତ ହୋଇପାରନ୍ତି ବୋଲି ଭାର୍ଗବ କହିଛନ୍ତି।
The post ଏଣ୍ଟିବଡି ହ୍ରାସ ପାଇଲେ କୋଭିଡ୍ ପୁନଃ ସଂକ୍ରମଣ ସମ୍ଭାବନା: ଆଇସିଏମ୍ଆର first appeared on Sambad.
from କରୋନା – Sambad https://ift.tt/3kkYhU1
0 Comments