
କଟକ: ଆଜି କଟକ ସହରରୁ ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୯୯ ଜଣ ଓ ସ୍ଥାନୀୟ ଅଂଚଳରୁ ୬୯ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ମୋଟ୍ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୪୮ ଜଣ ପୁରୁଷ ଥିବା ବେଳେ ୧୯ ଜଣ ମହିଳା ଅଛନ୍ତି। ସେହିପରି ଗୃହ ସଂଗରୋଧରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଗତପୁରରୁ ୫ ଜଣ, ମହାନଦୀ ବିହାର, ସାମନ୍ତସାହି, ତେଲେଙ୍ଗା ବଜାରରୁ ୪ ଜଣ ଲେଖାଏଁ, ଭାନପୁରରୁ ୩ ଜଣ, ବିଡ଼ାନାସୀ, ମାଲଗୋଦାମ ମହ୍ଲାସାହିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସିଏମ୍ସିର ସୂଚନା ଅନୁସାରେ ସ୍ଥାନୀୟ ଅଂଚଳରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଗତପୁରରୁ ୮ ଜଣ, ମହାନଦୀ ବିହାର, ଗୋପାଳପୁରରୁ ୪ ଜଣ ଲେଖାଏଁ ଅଛନ୍ତି। ସେହିପରି ବିଡ଼ାନାସୀ, ମହତାବ ରୋଡ଼, ରାଜାବଗିଚାରୁ ୩-୩ ଜଣ, ବିଦ୍ୟାଧରପୁର, ସିଡିଏ ସେକ୍ଟର-୭, ସିଡିଏ ସେକ୍ଟର-୯, ସିଡିଏ ସେକ୍ଟର-୧୧, ଖାନ ନଗର, ମଙ୍ଗଳବାଗ, ନୟାବଜାର, ତୁଳସୀପୁରରୁ ୨-୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୨୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୧୬୮ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୨ ହଜାର ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୨୫୬ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୨ ହଜାର ୨୭୦ ଜଣ ଚିକିତ୍ସାଧୀନ ଥିବା ବେଳେ ୫୧ ଜଣଙ୍କର ମୃତ୍ୟୁ ହୋଇଛି।
from କରୋନା – Sambad https://ift.tt/2EX9yu9
0 Comments